ଦେଶ

ମୃତ୍ୟୁ ମୁହଁରୁ ବଞ୍ଚାଇଲା ଗୁଗଲ୍‍ ସର୍ଚ୍ଚ, ଜାଣନ୍ତୁ କେମିତି? – Ibnodisha

[ad_1]

ନୂଆଦିଲ୍ଲୀ: ଆପଣଙ୍କ ଗୁଗଲ୍‍ ସର୍ଚ୍ଚ ବି ଆପଣଙ୍କ ଜୀବନ ରକ୍ଷା କରିପାରେ। ଏମିତି ଏକ ଜୀବନ୍ତ କାହାଣୀ ସାମ୍ନାକୁ ଆସିଛି ମୁମ୍ବାଇର ମଲାଡ୍‍ ରେ। ଜଣେ ୨୮ ବର୍ଷୀୟ ଯୁବକ ନିଜ ଉପରୁ ସମସ୍ତ ଆସ୍ଥା ହରାଇ ଯେତେବେଳେ ଜୀବନ ହାରିବାକୁ ଯୋଜନା କରୁଥିଲେ ତାଙ୍କୁ ସେଥିରୁ ବିରତ କରିବାରେ ଗୁଗଲ ସହାୟକ ହୋଇଛି। ଖାଲି ଗୁଗଲ୍‍ ନୁହେଁ ଏ କ୍ଷେତ୍ରରେ ଅଧିକ ସହାୟକ ହୋଇଛି ଇଣ୍ଟରପୋଲ୍‍ ଏବଂ ମୁମ୍ବାଇ ପୁଲିସ। ମଙ୍ଗଳବାରଦିନ ଏହି ଘଟଣା ଘଟିଛି।  ଇଣ୍ଟରପୋଲ୍‍ ତଥ୍ୟ ଆଧାରରେ ମୁମ୍ବାଇ ପୁଲିସ ତାଙ୍କୁ ରକ୍ଷା କରିପାରିଛି, ପୁଣି ମାତ୍ର ଦୁଇଘଣ୍ଟା ମଧ୍ୟରେ। ଆସନ୍ତୁ ନଜର ପକାଇବା କେମିତି ଏହି ଯୁବକଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କଲା ଗୁଗଲ ସର୍ଚ୍ଚ।

ମଙ୍ଗଳବାର ମଧ୍ୟାହ୍ନରେ  ଗୁଗଲ୍‍ ସର୍ଚ୍ଚ ରେ ‘ଜୀବନ ହାରିବା ଲାଗି ଉପାୟ’ ବିଷୟକୁ ସର୍ଚ୍ଚ କରୁଥିବା ଜଣେ ଯୁବକଙ୍କୁ ସନ୍ଦିଗ୍ଧ ବୋଲି ଆଶଙ୍କା କରିଥିଲେ ଇଣ୍ଟରପୋଲ୍‍। ଏହି ଯୁବକଙ୍କୁ ସର୍ଭିଲାନ୍ସରେ ରଖିଥିବା ଇଣ୍ଟରପୋଲ୍‍ ମୁମ୍ବାଇ ପୁଲିସକୁ ଖବର ଦେଲେ ଯେ ମଲାଡ୍‍ ଅଞ୍ଚଳରେ ଜଣେ ଯୁବକ ନିଜ ଜୀବନ ହାରିବା ପାଇଁ ଉପାୟ ଖାଜୁଛନ୍ତି। ଏହି ଖବର ମୁମ୍ବାଇ ପୁଲିସକୁ ଦେବାବେଳେ ଇଣ୍ଟରନେଟ୍‍ ମାଧ୍ୟମରେ ସମ୍ପୃକ୍ତ ଯୁବକ ସଂଯୋଗ କରିଥିବା ମୋବାଇଲ୍‍ ନମ୍ବରକୁ ମଧ୍ୟ ପଠାଇଥିଲେ। ଏହି ନମ୍ବରକୁ ସଙ୍ଗେସଙ୍ଗେ ମୁମ୍ବାଇ ପୁଲିସ ସର୍ଭିଲାନ୍ସରେ ପକାଇ ଏହାର ବାସ୍ତବ ସ୍ଥିତି ଜାଣିବାକୁ ଚଷ୍ଟା କରିଥିଲେ। ପରେ ତାଙ୍କ ଲୋକେସନ୍‍ ଠାବ କରାଯାଇ ସଙ୍ଗେ ସଙ୍ଗେ ପୁଲିସ ଟିମ୍‍ ତାଙ୍କ ପାଖରେ ପହଞ୍ଚିଥିଲା। ଏହାର ନେତୃତ୍ୱ ନେଇଥିଲେ ମୁମ୍ବାଇ ପୁଲିସର ଯୁଗ୍ମ କମିଶନର ଲକ୍ଷ୍ମୀ ଗୌତ୍ତମ ଏବଂ ପରିଷ୍ଠ ଇନ୍ସପେକ୍ଟର ବିନାୟକ ଚଭନ ପହଞ୍ଚିଥିଲେ।

ମାତ୍ର ଦୁଇଘଣ୍ଟା ମଧ୍ୟରେ ସମସ୍ତ ସତର୍କତାର ସହ ଏହି ମିଶନକୁ ରୂପ ଦିଆଯାଇଥିଲା। ଲୋକେସନ୍‍ରେ ପହଞ୍ଚି ସତର୍କତାର ସହ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କର ଏହି ଇଣ୍ଟରନେଟ୍‍ ସର୍ଚ୍ଚ କଥା ଜାଣିବାକୁ ଚାହିଁଥିଲେ। ଆଉ ଶେଷରେ ସେ ତାଙ୍କ ଜୀବନର ଦୁଃଖ କାହାଣୀ ବର୍ଣ୍ଣନାରେ କହିଥିଲେ ଯେ, ୬ ମାସ ତଳେ ସେ ଚାକିରି ହରାଇଛନ୍ତି, ଚେଷ୍ଟା କରି ମଧ୍ୟ ନୂଆ ଚାକିରି ମିଳୁ ନାହିଁ। ଆଉ କିଛିଦିନ ତଳେ ତାଙ୍କ ମା’ଙ୍କୁ ପୁଲିସ ଗିରଫ କରିଛି ତାଙ୍କୁ ସେ ମୁକୁଳାଇପାରୁ ନାହାନ୍ତି। ଏହା ତାଙ୍କୁ ବିଶେଷ ଭାବେ ମାନସିକ ଆଘାତ ଦେଇଛି। ଏଣୁ ସେ ଜୀବନ ହାରିବା ଲାଗି ଉତ୍କୃଷ୍ଟ ଉପାୟ ଇଣ୍ଟରନେଟ୍‍ରେ ଖୋଜୁଥିଲେ।

The post ମୃତ୍ୟୁ ମୁହଁରୁ ବଞ୍ଚାଇଲା ଗୁଗଲ୍‍ ସର୍ଚ୍ଚ, ଜାଣନ୍ତୁ କେମିତି? appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button