ଦେଶ

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ; ୫ ମୃତ – Ibnodisha

[ad_1]

ପାକିସ୍ତାନ : ପାକିସ୍ତାନର ଆତ୍ମଘାତୀ ବିସ୍ଫୋରଣରେ ଚୀନର ୫ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଚୀନର କିଛି ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଇସଲାମବାଦରୁ ଦାସୁ ଅଭିମୁଖେ ଯାଉଥିବା ଏକ କନଭୟ ମଧ୍ୟକୁ ହଠାତ୍ ଏକ ବିସ୍ଫୋରକ ବୋଝେଇ ଗାଡ଼ି ମାଡ଼ି ଆସିଥିଲା ଓ କେହି କିଛି ଭାବିବା ପୂର୍ବରୁ ବିସ୍ଫୋରଣ ଘଟିଥିଲା। ଫଳରେ ଚୀନର ୫ ଜଣ ଇଞ୍ଜିନିୟରଙ୍କ ସହିତ ସେମାନଙ୍କୁ ନେଇ ଯାଉଥିବା ଜଣେ ପାକିସ୍ତାନୀ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି କନଭୟ ଥିବା ଅନ୍ୟ ସଦସ୍ୟମାନେ ସୁରକ୍ଷିତ ଥିବା ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି। ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲି ଜର୍ଦାରୀ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରଙ୍କୁ ସେ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଓ ଚୀନର ବନ୍ଧୁତ୍ୱକୁ କେହି ଭାଙ୍ଗିପାରିବେ ନାହିଁ। ଦାସୁରେ ଏକ ହାଇଡ୍ରୋପାୱାର ପ୍ରୋଜେକ୍ଟ କାମ ଚାଲିଛି। ସେହି କାମ ନେଇଥିବା ସିଜିଜିସିର ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ କନଭୟଟି ଯାଉଥିଲା। ପୂର୍ବରୁ ୨୦୨୧ରେ ମଧ୍ୟ ଏହି କମ୍ପାନୀର ଏକ ବସ୍‌ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ତା’ ମଧ୍ୟରେ ୯ ଜଣ ଚୀନ ନାଗରିକ ଥିଲେ। ସେତେବେଳେ ଏଥିପାଇଁ ପାକିସ୍ତାନ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିବ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button