ଦେଶ

ମୋଦୀଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେଇ ଫସିଲେ ଲାଲୁ – Ibnodisha

[ad_1]

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ‘ହିନ୍ଦୁ’ ନୁହଁନ୍ତି ବୋଲି ଦାବି କରିବାର ଗୋଟିଏ ଦିନ ପରେ ପାଟନା ପୋଲିସ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ମୁଖପାତ୍ର କାଲୁ ନାମରେ ଜଣାଶୁଣା କୃଷ୍ଣ ସିଂ ରବିବାର ରାତିରେ ପାଟନାର ଗାନ୍ଧୀ ମଇଦାନ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ ଏବଂ ଏହାକୁ ସୋମବାର ଗ୍ରହଣ କରାଯାଇଛି । ଗାନ୍ଧୀ ମଇଦାନ ପୋଲିସର ଏସ୍‌ଏଚ୍‌ଓ ସୀତାରାମ କୁମାର କହିଛନ୍ତି ଯେ ଆମେ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଛୁ ଏବଂ ଘଟଣାର ତଦନ୍ତ ଚାଲିଛି ।

ରବିବାର ଗାନ୍ଧୀ ମଇଦାନରେ ଜନ ବିଶ୍ୱ ରାଲିରେ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜବଂଶ ଉପରେ ଆକ୍ରମଣ କରୁଛନ୍ତି । ଲାଲୁ କହିଛନ୍ତି, ‘ମୋଦି ପରିବାରବାଦ କଥା କହୁଛନ୍ତି । ହେଲେ ଅସଲରେ ତାଙ୍କର ପରିବାର ହିଁ ନାହିଁ । ତାଙ୍କର କୌଣସି ସନ୍ତାନ ନାହିଁ, ଏଥିରେ ଆମେ କ’ଣ କରିବୁ । ଏମାନେ ପ୍ରକୃତ ହିନ୍ଦୁ ମଧ୍ୟ ନୁହନ୍ତି । ହିନ୍ଦୁମାନଙ୍କ ମାନ୍ୟତାକୁ ଏମାନେ ମାନନ୍ତି ନାହିଁ । କେବଳ ଭୋଟ ହାତେଇବା ପାଇଁ ଏମାନେ ନାଟକବାଜୀ କରୁଛନ୍ତି । ଯଦି କାହାର ମା’ ମରିଯାଏ, ତେବେ ପୁଅକୁ ଲଣ୍ଡା ହେବାକୁ ପଡେ । ଆପଣଙ୍କ ମା’ଙ୍କ ମୃତ୍ୟୁ ପରେ କାହିଁକି ଏହାକୁ ଆପଣ ପାଳିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ଦେଶରେ ଘୃଣା ବିସ୍ତାର କରିଥିବା ଅଭିଯୋଗ କରିଛନ୍ତି ଲାଲୁ । ରାଲିରେ ଉପସ୍ଥିତ ଭିଡକୁ ସମ୍ବୋଧିତ କରି ଲାଲୁ କହିଛନ୍ତି, ରାମ ରହୀମଙ୍କ ଅନୁଗାମୀମାନଙ୍କ ମଧ୍ୟରେ ବିଜେପି ଭେଦଭାବ କରୁଛି । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପତିଷ୍ଠାକୁ ଟାର୍ଗେଟ କରି ସେ କହିଛନ୍ତି, ଏତେ ଦିନ ଯାଏଁ ଭଗବାନ ବିନା ପ୍ରାଣ ପ୍ରତିଷ୍ଠାରେ ଥଲେ କି?

ଅଭିଯୋଗ ଦାଖଲ କରିବା ପରେ କାଲୁ କହିଛନ୍ତି, “ଆରଜେଡିର ଜନ ବିଶ୍ୱ ସମାବେଶରେ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ହିନ୍ଦୁ ନୁହଁନ୍ତି । ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କ ମା’ଙ୍କ ଦେହାନ୍ତ ପରେ ଦାଢ଼ି ଓ ଲଣ୍ଡା କାହିଁକି ହୋଇ ନଥିଲେ ଏଭଳି ମନ୍ତବ୍ୟ ସେ ଦେଇଥିଲେ । ଏଥିସହ ସେ ରାମ ମନ୍ଦିର ବିଷୟରେ କିଛି କହିଥିଲେ ଯାହା ୧୩୫ କୋଟି ଭାରତୀୟଙ୍କୁ ଅପମାନିତ କରିଥିଲା । ତେଣୁ ମୁଁ ଗାନ୍ଧୀ ମଇଦାନରେ ଅବସ୍ଥିତ ପାଟନା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button