ରାଜ୍ୟରେ ୮ ସହରର ତାପମାତ୍ରା ୩୬ ଛୁଇଁଲା – Ibnodisha
[ad_1]
ଭୁବନେଶ୍ୱର: ରାଜ୍ୟରେ ଆଜି ୮ଟି ସହରର ଦିନର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲ୍ସିୟସ ବା ତା’ ଉପରେ ରେକର୍ଡ କରାଯାଇଛି । ନୟାଗଡ଼ାରେ ସବୁଠୁ ଅଧିକ ଖରା ହୋଇଛି । ସେଠାରେ ଦିନର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ଭବାନୀପାଟଣାରେ ଦିନର ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୩୬, ଟିଟିଲାଗଡ଼ରେ ୩୬.୫, ମାଲକାନଗିରିରେ ୩୬.୬, ପାରଳାଖେମୁଣ୍ଡିରେ ୩୬.୬ ଓ ଢେଙ୍କାନାଳରେ ୩୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ।
ରାଜଧାନୀ ଭୁବନେଶ୍ୱରରେ ଆଜି ଦିନର ସର୍ବାଧିକ ତାପମାତ୍ରା ୩୫.୭ ଡିଗ୍ରୀ ରହିଥିବା ବେଳେ କଟକରେ ୩୪.୬, ଅନୁଗୋଳରେ ୩୫.୭ ଓ ବୌଦ୍ଧରେ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତାକାଲି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ୭ ଓ ୮ ତାରିଖ ବେଳକୁ କିଛି ଜିଲ୍ଲାରେ ହାଲ୍?କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ତ୍ତମାନ ସମୟରେ ଉଭୟ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।
[ad_2]