ରାଜ୍ୟ

ବିଜେଡ଼ିରେ ଯୋଗ ଦେଲେ ବଣାଁଇ କିଶାନ ସମାଜ ସଭାପତି – Ibnodisha

[ad_1]

ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାର ବଣାଁଇ କିଶାନ ସମାଜର ସଭାପତି ଓ ସମ୍ପାଦକଙ୍କ ସମେତ ୨ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଆଜି ଶଙ୍ଖ ଭବନ ଠାରେ ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡାଇ, ସୁନ୍ଦରଗଡ ଜିଲ୍ଲାର ସହପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ ଓ ବଣାଁଇ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଷ୍ଟାଲିନ ପରିଜାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ କିଶାନ ସମାଜ କର୍ମୀଙ୍କୁ ଶ୍ରୀ ଘଡାଇ, ଶ୍ରୀ ମଲ୍ଲିକ ଓ ଶ୍ରୀ ପରିଜା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । କିଶାନ ସମାଜର ଯୋଗଦାନ ଫଳରେ ବିଶେଷ କରି ସୁନ୍ଦରଗଡ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଘଡାଇ, ଶ୍ରୀ ମଲ୍ଲିକ ଓ ଶ୍ରୀ ପରିଜା କହିଥିଲେ । ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବଣାଁଇ କିଶାନ ସମାଜ ସଭାପତି ରତ୍ନାକର କିଶାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ ।

ଦଳ ଆଗକୁ ଯାହା ଦାୟିତ୍ୱ ଦେବ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ବଣାଁଇ କିଶାନ ସମାଜ ସମ୍ପାଦକ ଉତ୍ତମ କିଶାନଙ୍କ ସମେତ ଗୋଲବଦନ କିଶାନ, ହରିହର କିଶାନ, ମିଶ୍ର କିଷାନ, ବନେଶ୍ୱର କିଶାନ, ଚରଣ ପ୍ରଧାନ, ପ୍ରାଣକୃଷ୍ଣ କିଶାନ, ମୁନା କିଶାନ, ବାସୁଦେବ କିଶାନ, ରାଧା କିଶାନ, ରଣଜିତ କିଶାନ, ଲକ୍ଷ୍ମୀ କିଶାନ, ମଂଜୁଲତା କିଶାନ, ଚମ୍ପାବତୀ କିଶାନ, ମାଳତୀ କିଶାନ, ନିରୂପମା କିଶାନଙ୍କ ସହ ଦୁଇ ହଜାରରୁ ଉର୍ଦ୍ଧ୍ୱ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button