ରାଜନୀତି

ହାତ ସହ ହାତ ଯୋଡ଼ିବ, କଂଗ୍ରେସ ଆଗକୁ ବଢ଼ିବ – Ibnodisha

[ad_1]

ଭୁବନେଶ୍ୱର : ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାୟ ଓ ବିଫଳତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା କ୍ଷେତ୍ରରେ ଗୁରୁ ଦାୟିତ୍ୱ ନିର୍ବାହ କରିବ ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଦଳ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚିବ । ମିଡିଆ ସେଲର ଜିଲ୍ଲା ଓ ବ୍ଲକସ୍ତରର କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବେ । ସୋମବାର ଭୁବନେଶ୍ୱରସ୍ଥିତ ହୋଟେଲ ଏଚଏଚଆଇରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ଦିବସୀୟ କର୍ମଶାଳା ‘ସଂକଳ୍ପ’ରେ ଏଭଳି ନିଷ୍ପତି ହୋଇଛି । ଓପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଜିଲ୍ଲା ଏବଂ ବ୍ଲକସ୍ତରର କାର୍ଯ୍ୟକର୍ତାମାନଙ୍କ ଆଗାମୀ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଦଳୀୟ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଏବଂ ତୃଣମୂଳସ୍ତରର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ନିମନ୍ତେ ସେ ପରାମର୍ଶ ଦେଇଥିଲେ ।

ଓଡ଼ିଶା ପ୍ରଭାରୀ ତଥା ପୂର୍ବତନ ସାଂସଦ ଡ. ଅଜୟ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ କଂଗ୍ରେସର ପୁରୁଣା ନେତା, ମହିଳା, ଯୁବକର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଅସୀମିତ ଉତ୍ସାହ ଭରି ରହିଛି । ସେମାନଙ୍କ ଉଦ୍ୟମ ଓ ସହଯୋଗ ବଳରେ କଂଗ୍ରେସ ସଂଗଠନ ଅଧିକ ଦୃଢ଼ ଓ କ୍ରିୟାଶୀଳ ହେବ । ହାତ ସହ ହାତ ଯୋଡ଼ିବ, କଂଗ୍ରେସ ଆଗକୁ ବଢ଼ିବ । ଦେଶରୁ ଗରିବୀ ଓ ବେରୋଜଗାର ହଟାଇବା ନିମନ୍ତେ ଅତିତରେ କଂଗ୍ରେସ ସରକାର ଯେଉଁ ସୁଚିନ୍ତିତ ପଦକ୍ଷେପମାନ ଗ୍ରହଣ କରିଥିଲେ, ତାହା ଅଦ୍ୟାବଧି କୌଣସି ସରକାର କରିନାହାନ୍ତି । ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ଏଥିସହ ବର୍ତମାନର ମୋଦି ସରକାରଙ୍କ ଭ୍ରଷ୍ଟାଚାର, ଏକଚ୍ଛତ୍ରବାଦ ଓ ଅନ୍ୟାୟ ବିରୋଧରେ କଂଗ୍ରେସ ସ୍ୱରକୁ ଅଧିକ ଶାଣିତ କରିବ । ସେହିପରି ନବୀନ ଶାସନ କାଳରେ ଓଡ଼ିଶାର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି । ତେଣୁ ଉଭୟ ବିଜେପି ଓ ବିଜେଡିର ଅସଲ ଚେହେରା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆଣିବାକୁ ଡ.ଅଜୟ କୁମାର କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

କର୍ମଶାଳାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଲେ ଯେ ବର୍ତମାନ ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ଆଗାମୀ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ କାର୍ଯ୍ୟକର୍ତାଙ୍କୁ ମାର୍ଗଦର୍ଶନ କରିଥିଲେ । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କିଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆଣି କଂଗ୍ରେସ ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ଶ୍ରୀ ହରିଚନ୍ଦନ ଜିଲ୍ଲା ଓ ବ୍ଲକସ୍ତରର କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ । ଏଆଇସିସି ମୁଖପାତ୍ର ଅଭୟ ଦୁବେ ମିଡିଆ ସେଲର କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସହ-ପ୍ରଭାରୀ ଖ୍ରୀଷ୍ଟଫର ତିଲକ, ଏଆଇସିସି ସମ୍ପାଦକ ଶରତ ରାଉତ, ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ, ଏଆଇସିସି ମିଡିଆ ସଂଯୋଜିକା ବବିତା ଶର୍ମା, ଓଡ଼ିଶା ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଆବାହକ ଅଭିଷେକ ମହାନନ୍ଦ, ସୋସିଆଲ ମିଡିଆ ବିଭାଗ ପ୍ରଭାରୀ ଡ. ସୁମିତ ଦୁବେ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button