ରାଜନୀତି

ନିର୍ବାଚନ ପୂର୍ବରୁ ବିଜେପିରେ ବିଦ୍ରୋହ, ସ୍ୱାଧୀନ ପ୍ରାର୍ଥୀ ହେବେ ଗୋପାଳ ସେଟ୍ଟୀ

ହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ବିଦ୍ରୋହ। ଟିକେଟ୍ ନ ମିଳିବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ପୂର୍ବତନ ସାଂସଦ ଗୋପାଳ ସେଟ୍ଟୀ। ବୋରିଭାଲି ଆସନରୁ ବିଜେପି ସଞ୍ଜୟ ଉପାଧ୍ୟାୟଙ୍କୁ ଟିକେଟ୍ ଦେବାରୁ ସେ ଏହାକୁ ତୀବ୍ର ବିରୋଧ କରିଛନ୍ତି।

ଦଳରେ ଦଳୀୟ କର୍ମୀଙ୍କ ପରିବର୍ତ୍ତେ ବାହାର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ କରି ସେ ସ୍ୱାଧୀନ ଭାବେ ନାମାଙ୍କନ ଭରିବେ ବୋଲି କହିଛନ୍ତି।

ଗୋପାଳ ଶେଟ୍ଟୀଙ୍କ ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ, ମହାରାଷ୍ଟ୍ର ନିର୍ବାଚନ ​​ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ସହ-ଦାୟିତ୍ୱରେ ଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛି।

କାରଣ ନିର୍ବାଚନ ଦାୟିତ୍ୱରେ ଥିବା ଦଳର ହେଭି ୱେଟ୍ ନେତାମାନେ ଗୋପାଳ ସେଟ୍ଟୀଙ୍କ ବଦଳରେ ସଞ୍ଜୟ ଉପାଧ୍ୟାୟଙ୍କ ନାଁରେ ମୋହର ମାରିଛନ୍ତି।ଲୋକସଭା ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା। ସେ ଦୁଇ ଦୁଇ ଥର ସାଂସଦ ହୋଇଥିବା ମୁମ୍ବାଇ ନର୍ଥରୁ ବିଜେପି ପିୟୁଷ ଗୋୟଲଙ୍କୁ ଟିକେଟ୍ ଦେଇଥିଲା।

ସାଂସଦ ବ୍ୟତୀତ ଗୋପାଳ ସେଟ୍ଟୀ ବୋରିଭାଲିରୁ ଦୁଇ ବିଧାୟକ ହେବା ସହ ବୃହନମୁମ୍ବାଇ ମହାନଗର ନିଗମରୁ ତିନି ତିନି ଥର କର୍ପୋରେଟର ହୋଇଛନ୍ତି। କିନ୍ତୁ ଦଳ ତାଙ୍କୁ ଟିକେଟ୍ ନ ଦେବାରୁ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତି ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋପାଳ ସେଟ୍ଟୀ କହିଛନ୍ତି, “ବାହାରୁ କର୍ମୀଙ୍କୁ ଆଣି ପ୍ରାର୍ଥୀ କରାଯିବାର ଟ୍ରେଣ୍ଡକୁ ବିରୋଧ କରିବା ଆବଶ୍ୟକ। ଏହି ଟ୍ରେଣ୍ଡକୁ ମୁଁ ବିରୋଧ କରି ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ଚାହୁଁଛି। ଯାହା ବି ହୋଇଗଲେ, ମୁଁ ପଛକୁ ଫେରିବି ନାହିଁ।”

ସେ ଆହୁରି କହିଛନ୍ତି ଯେ, ମୋତେ ଏ ବାବଦରେ ପାର୍ଟି ତରଫରୁ କିଛି କୁହାଯାଇ ନଥିଲା। ଅତି କମରେ ମୋତେ ଜଣାଇଦେବାର ଥିଲା। ଏହି ନିଷ୍ପତ୍ତି ନେବା ପୂର୍ବରୁ ମୋତେ କିଛି ବି କୁହାଯାଇନଥିଲା। ଏହା ବୋରିଭଲି କର୍ମୀଙ୍କ ପ୍ରତି ଅପମାନ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button