ଦେଶ

କ୍ରମାଗତ ୩ୟ ଥର ପାଇଁ ‘ରେପୋ’ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌ – Ibnodisha

[ad_1]

ମୁମ୍ବାଇ: କ୍ରମାଗତ ୩ୟ ଥର ପାଇଁ ଭ‌ାରତୀୟ ରିଜର୍ଭ ବ୍ୟାଙ୍କ୍‌ ‘ରେପୋ’ ରେଟ୍‌ ବା ‘କି ଲେଣ୍ଡିଙ୍ଗ୍‌ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି, ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି। ସମସ୍ତ ପ୍ରାସଙ୍ଗିକତା ଉପରେ ସବିଶେଷ ବିବେଚନା କରାଯିବା ପରେ ‘ରେପୋ ରେଟ୍‌’ ୬.୫୦%ରେ ଅପରିବର୍ତ୍ତିତ ରଖିବା ଲାଗି ‘ମିନିଟାରି ପଲିସି କମିଟି’ ସର୍ବସମ୍ମତ ହୋଇ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଦାସ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଦ୍ରସ୍ଫୀତିକୁ ଅଭିବୃଦ୍ଧିର ନିର୍ଦ୍ଧାରିତ ଲକ୍ଷ୍ୟ ସହ ସମାନ୍ତରଳ କରିବା ଉପରେ ଧ୍ୟାନ ଦେଇ ‘ମନିଟାରି ପଲିସି’ର ୬ଜଣ ସଦ୍ୟଙ୍କ ମଧ୍ୟରୁ ୫ଜଣ ‘ରେପ‌ୋ ରେଟ୍‌’ ଅପରିବର୍ତ୍ତିତ ରଖାଯିବା ସପକ୍ଷରେ ମତ ଦେଇଥିଲେ। କିନ୍ତୁ, ଗତ କେତେ ମାସ ହେବ ମୁଦ୍ରାସ୍ଫୀତିର ଦ୍ରୁତ ବୃଦ୍ଧି ସଂକ୍ରାନ୍ତରେ ଚିନ୍ତା ବ୍ୟକ୍ତ କରି ଦାସ କହିଛନ୍ତି ଯେ, ଏଥିପ୍ରତି କଠୋରତା ବଜାୟ ରଖିବାକୁ କେନ୍ଦ୍ରୀୟ ବ୍ୟାଙ୍କ୍‌ ସଜାଗ ରହିଛି। ପନିପରିବା ଦର ବୃଦ୍ଧି ଯୋଗୁଁ ଜୁଲାଇ ଓ ଅଗଷ୍ଟ ମାସରେ ମୁଦ୍ରାସ୍ଫୀତି ହଠାତ୍‌ ବୃଦ୍ଧି ପାଇଛି। କିନ୍ତୁ, ଖୁବ୍‌ ଶୀଘ୍ର ପନିପରିବା ଦର ହ୍ରାସ ପାଇପାରେ। ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରହିବା ଫଳରେ, ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ (ଏସ୍‌ଡିଏଫ୍‌) ରେଟ୍‌ ୬.୨୫% ଏବଂ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ (ଏମ୍‌ଏସ୍‌ଏଫ୍‌) ରେଟ୍‌ ଏବଂ ବ୍ୟାଙ୍କ୍‌ ରେଟ୍‌ ୬.୭୫% ରହିଛି। ସେହିପରି, ଋଣ ସୁଧହାର ମଧ୍ୟ ଅପରିବର୍ତ୍ତିତ ରହିପାରେ ବୋଲି ଆଶା କରାଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button