ଦେଶ

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବଙ୍କୁ ଏପର୍ଯ୍ୟନ୍ତ ମିଳିଲାନି କ୍ଷମା – Ibnodisha

[ad_1]

ନୂଆଦିଲ୍ଲୀ: ବାବା ରାମଦେବଙ୍କ ଆୟୁର୍ବେଦ ଔଷଧୀୟ କମ୍ପାନୀ ପତଞ୍ଜଳୀର ବିଭ୍ରାନ୍ତିକର ବିଜ୍ଞାପନ ସଂପର୍କରେ ହୋଇଥିବା ମାମଲାର ଶୁଣାଣି ବେଳେ ଯୋଗ ଗୁରୁ ରାମଦେବ ନିର୍ଦ୍ଦୋଷ ନୁହଁନ୍ତି ବୋଲି କହିଛନ୍ତି ଅଦାଲତ। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ ତାଙ୍କର “ଦାୟିତ୍ୱହୀନ ଆଚରଣ” ପାଇଁ ସମା‌ଲୋଚନା ବି କରିଛନ୍ତି। ଯୋଗଗୁରୁ ବାବା ରାମଦେବଙ୍କ ତରଫରୁ ଦ୍ୱିତୀୟ ଥର ପାଇଁ କୋର୍ଟରେ କରାଯାଇଥିବା କ୍ଷମା ପ୍ରାର୍ଥନା ଖାରଜ ହୋଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୩ ତାରିଖରେ ହେବ ବୋଲି କୋର୍ଟ ଧାର‌୍ୟ୍ୟ କରିଛନ୍ତି । ଯୋଗଗୁରୁ ବାବା ରାମଦେବ ଓ ତାଙ୍କ ସହଯୋଗୀ ବାଲକ୍ରୀଷ୍ଣ ଆଜି କୋର୍ଟରେ ଉପସ୍ଥିତ ରହିଥିଲେ । ମିଥ୍ୟା ବିଜ୍ଞାପନ ଓ କରୋନା ସମୟରେ ମିଥ୍ୟା ଔଷଧକୁ ନେଇ ପତଞ୍ଜଳୀ ଆୟୁର୍ବେଦ ଉପରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଏବେ କୋର୍ଟରେ ଚାଲିଛି । ଏନେଇ ରାମଦେବଙ୍କ ଉପରେ କୋର୍ଟ କଟାକ୍ଷ କରିବା ପରେ ବାବା ରାମଦେବଙ୍କ କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । ପ୍ରଥମ କ୍ଷମା ପ୍ରାର୍ଥନା କୋର୍ଟଙ୍କ ତରଫରୁ ଖାରଜ ହୋଇଯାଇଥିବା ବେଳେ ଦ୍ୱିତୀୟ କ୍ଷମା ପ୍ରାର୍ଥନା ମଧ୍ୟ କୋର୍ଟ ଆଜି ଖାରଜ କରିଦେଇଛନ୍ତି । ଏନେଇ ଶୁଣାଣି ବେଳେ ଜଷ୍ଟିସ ହିମା କୋହଲୀ ରାମଦେବଙ୍କୁ ପଚାରିଥିଲେ କି, ଯେଭଳି ସଂଗୀନ ଅପରାଧ ଆପଣ କରିଛନ୍ତି ଆପଣ ଭାବୁଛନ୍ତି କି, ତାହା ଉପରେ ଆପଣଙ୍କୁ କ୍ଷମା ମିଳିବା ଉଚିତ୍ । ଏହାସହ ସମ୍ବାଦିକ ସମ୍ମିଳନୀ କରି ବାବା ରାମଦେବ କରୋନା ନିରୋଧୀ କରୋନିଲ ଔଷଧର ପ୍ରଚାର କରିଥିବାରୁ କୋର୍ଟ ଆଜି ରାମଦେବଙ୍କ ଉପରେ ବର୍ଷିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button