ଦେଶ

ଚିଠିରେ ଜ୍ୟାକଲିନକୁ ଧମକ ଦେଲେ ସୁକେଶ – Ibnodisha

[ad_1]

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏବେ ସୁକେଶ ଦିଲ୍ଲୀର ମଣ୍ଡୋଲି ଜେଲ୍‌ରେ ଅଛି। ଦୋଷୀ ସାବ୍ୟସ୍ତ ସୁକେଶ ଚନ୍ଦ୍ରଶେଖର ଏକ ଚିଠି ଲେଖି ଜ୍ୟାକଲିନ୍‌ଙ୍କୁ ଦେଇଛି ଧମକ।।ନିକଟରେ ମହାଠକ ସୁକେଶ ପଠାଉଥିବା ଚିଠି ପତ୍ରକୁ ନେଇ ବିରକ୍ତି ହୋଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ। ବୁଧବାର ଦିଲ୍ଲୀର ଏକ କୋର୍ଟରେ ସୁକେଶ ପଠାଉଥିବା ଚିଠିକୁ ବନ୍ଦ କରିବା ପାଇଁ ଆବେଦନ କରିଥିଲେ ଜ୍ୟାକ୍‌ଲିନ୍‌। ବାସ୍‌ ଏହି ଖବର ସାମ୍ନାକୁ ଆସିବା ପରେ ଏବେ ମହାଠକ ସୁକେଶ ଚନ୍ଦ୍ର ଶେଖର ରାଗି ଯାଇଛି। ପୁଣିଥରେ ଏକ ଚିଠି ଲେଖି ସେ ଜ୍ୟାକଲିନ୍‌ଙ୍କୁ ଦେଇଛି ଧମକ।ଚିଠିରେ ସୁକେଶ ଜ୍ୟାକ୍‌ଲିନଙ୍କ ନାଁ ନ ନେଇ ନିଜ ରାଗ ପ୍ରକାଶ କରିଛି। ମୋତେ ସଇତାନ ସଜାଇ ଦିଆଯାଇଛି। ତେଣୁ ମୋ ପାଖରେ ପ୍ରକୃତ ସତକୁ ସମସ୍ତଙ୍କ ସାମ୍ନାକୁ ଆଣିବା ଛଡା ଆଉ କିଛି ଉପାୟ ନାହିଁ। ଏବେ ସମସ୍ତେ ପ୍ରକୃତ ସତ କ’ଣ ତାହା ଜାଣିବା ଉଚିତ। ମୁଁ ଜ୍ୟାକଲିନ୍‌ ଙ୍କୁ ଏକ୍ସପୋଜ କରିଦେବି। ଚାଟ୍‌, ସ୍କ୍ରିନଶଟ୍‌ ଓ ରେକର୍ଡିଂ ସମସ୍ତଙ୍କ ସାମ୍ନାକୁ ଆଣିବି ବୋଲି ସୁକେଶ ତା’ ଚିଠିରେ ଉଲ୍ଲେଖ କରିଛି।କେବଳ ସେତିକି ନୁହେଁ ଜ୍ୟାକ୍‌ଲିନ୍‌ଙ୍କ ସୋଶାଲ ମିଡିଆ ଫଲୋର୍ସ ବଢ଼ାଇବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଏଥିସହ ଜଡିତ ସମସ୍ତ ପ୍ରମାଣ ସେ ସମସ୍ତଙ୍କ ସାମ୍ନାକୁ ଆଣିଦେବ। ତାଙ୍କ (ଜ୍ୟାକଲିନ୍‌) ବିରୋଧରେ ଥିବା ସମସ୍ତ ଅଣଦେଖା ପ୍ରମାଣ ଉଜାଗର କରିବି। ବର୍ତ୍ତମାନ ସୁଦ୍ଧା ଯେଉଁସବୁ ତଦନ୍ତ ହୋଇଛି ତାହା ପକ୍ଷପାତିତାପୂର୍ଣ୍ଣ। କାରଣ ସୁକେଶ ସେହି ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଚାହୁଁଥିଲା। ତୁମେ ଯାହା ସବୁ କଲ ତାହା ଦେଖି ମୁଁ ସ୍ତବ୍ଧ ବୋଲି ଚିଠିରେ କହିଛି ସୁକେଶ। ଏଭଳି ସ୍ଥିତିରେ ବୁଧବାର ଜ୍ୟାକ୍‌ଲିନ୍‌ ତା’ବିରୋଧରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁକେଶର କୌଣସି ବି ମେସେଜ କିମ୍ବା ଚିଠି ଜାରି କରିବା ଉପରେ ରୋକ ଲଗାଇବା ପାଇଁ ଜ୍ୟାକଲିନ୍ ଆବେଦନ କରିଥିଲେ।ସୂଚନା ଅନୁଯାଇ, ଜ୍ୟାକଲିନ ସୁକେଶଙ୍କ ଠାରୁ ମହଙ୍ଗା ଉପହାର ଗ୍ରହଣ କରିଥିବା ସ୍ୱୀକାର କରିଥିଲେ ଯେଉଁଥିରେ ଡିଜାଇନର୍ ହ୍ୟାଣ୍ଡବ୍ୟାଗ, କାର ଏବଂ ହୀରା ରହିଥିଲା। ଇଡି ସୂତ୍ରରୁ ପ୍ରକାଶ ଯେ ସେ ୫୨ ଲକ୍ଷ ମୂଲ୍ୟର ଘୋଡା ଏବଂ ୯ ଲକ୍ଷର ପାର୍ସୀ ବିଲେଇ ସମେତ ୧୦ କୋଟି ଟଙ୍କାର ଉପହାର ମଧ୍ୟ ଗ୍ରହଣ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button