ଦେଶ

ଜଳିଗଲା ବସ୍‌; ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ – Ibnodisha

[ad_1]

ଭୋପାଳ : ମଧ୍ୟପ୍ରଦେଶର ଗୁନା ଅଞ୍ଚଳରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଡମ୍ଫର ଓ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଏହି ଦୁର୍ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏହି ଅଗ୍ନିକାଣ୍ଡରେ ୧୭ ଯାତ୍ରୀ ଆହତ ହୋଇଛନ୍ତି। ଏକ ଘରୋଇ ବସ୍‌ଟି ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଗତ ରାତିରେ ଗୁନା ଅଞ୍ଚଳରେ ଯାଉଥିଲା। ମାତ୍ର ହଠାତ୍‌ ବସ୍‌ଟି ସମ୍ମୁଖରୁ ଆସୁଥିବା ଏକ ଡମ୍ଫର ସହ ଧକ୍କା ହୋଇ ଜଳି ଯାଇଥିଲା।

ବସ୍‌ଟି ଆଖି ପିଛୁଳାକେ ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିବାରୁ ଯାତ୍ରୀମାନେ ପ୍ରାଣ ବିକଳରେ ରକ୍ଷା ପାଇଁ ଆକୁଳ ଚିତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ବସ୍‌ କାଚ ଡେଇଁ ନିଜ ଜୀବନ ବଞ୍ଚାଇ ପାରିଥିଲେ। ଏହି ଦୁର୍ଘଟଣାରେ ୧୩ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏହାପରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନେ ବିପଦମୁକ୍ତ ଥିବା ଜଣାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button