ରାଜ୍ୟ

ପିକନିକ୍‌ ବସ୍‌ ଦୁର୍ଘଟଣା; ୧୦ ଗୁରୁତର – Ibnodisha

[ad_1]

କେନ୍ଦୁଝର : ପିକନିକ୍‌ ସାରି ଖୁସି ମନରେ ଘରକୁ ଫେରୁଥିଲେ ପିଲା। ମାତ୍ର ଅଧା ବାଟରେ ଘଟିଗଲା ଦୁର୍ଘଟଣା। କଲେଜ ପିଲାଙ୍କୁ ଧରି ଯାଉଥିବା ବସ୍‌ଟି ଆଗରେ ଯାଉଥିବା ଏକ ଟିପ୍ପରକୁ ପିଟି ଦେଇଛି। ଏହି ଦୁର୍ଘଟଣାରେ ସମୁଦାୟ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି। ଏପରି ଏକ ଦୁର୍ଘଟଣା ଆଜି ଭୋରରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୨୦ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଘଟିଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଏମ ଏନ ଟ୍ୟୁଟରିଆଲର ପ୍ରାୟ ୫୦ରୁ ଅଧିକ ପିଲା ଶ୍ରୀକୁଞ୍ଜ ନାମକ ବସ୍‌ରେ ବୁଲାବୁଲି କରିବାକୁ ସମ୍ବଲପୁର ଜିଲ୍ଲାର ସମଲେଶ୍ୱରୀ ପୀଠକୁ ଯାଇଥିଲେ। ସେଠାରୁ ସେମାନେ ଗତ ରାତିରେ ବାଲେଶ୍ୱର ଅଭିମୁଖେ ଫେରୁଥିଲେ। ବସ୍‌ଟି ଆଜି ସକାଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ୨୦ନଂ ଜାତୀୟ ରାଜପଥର ଧକୋଠା ଅତିକ୍ରମ କରୁଥିଲା। ଉକ୍ତ ସ୍ଥାନରେ ଉଠାଣି ଥିବାରୁ ବସ୍‌ଟି ସମ୍ମୁଖରେ ଥିବା ଏକ ଟିପ୍ପରକୁ ପିଟି ଦେଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button