ରାଜ୍ୟ

କେନ୍ଦ୍ରମନ୍ତ୍ରୀ ଭାବରେ ଧର୍ମେନ୍ଦ୍ର କେତେ ବିଫଳ ସମସ୍ତେ ଜାଣିଛନ୍ତି : ସସ୍ମିତ – Ibnodisha

[ad_1]

ଭୁବନେଶ୍ୱର: ବିକାଶକୁ ସହିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧେ ବିକାଶକୁ ଦେଖ୍ ସହିପାରୁନାହାନ୍ତି । କେନ୍ଦ୍ରମନ୍ତ୍ରୀ ଭାବରେ ସିଏ କେତେ ବିଫଳ ସମସ୍ତେ ଜାଣିଛନ୍ତି। ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ହେଉକି ଦେବଗଡ଼, କେଉଁଠି ବି ଗୋଟିଏ ମଧ୍ଯ ସ୍କିଲ ଡେଭଲପମେଣ୍ଟ ସେଣ୍ଟର କରି ପାରିନାହାଁନ୍ତି। ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ବି କରିପାରିଲେ ନାହିଁ ରାଜ୍ୟ କଥା ଛାଡ଼ନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ ରୁମ କରି ପାରିଲେନାହିଁ। ଓଡ଼ିଶାରେ ସ୍କୁଲ ରୂପାନ୍ତରଣକୁ ଦେଖ୍ କେନ୍ଦ୍ରମନ୍ତ୍ରୀ କିଛି ଶିଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ସସ୍ମିତ। ୫୫ ନଂ ଜାତୀୟ ରାଜପଥ ଅବସ୍ଥା ନକହିବା ଭଲ। ବାରମ୍ବାର ସମ୍ବଲପୁର ଓ ଢେଙ୍କାନାଳ ଲୋକ ଅଭିଯୋଗ କରିଥିଲେ ମଧ୍ଯ ଧର୍ମେନ୍ଦ୍ର ପ୍ରଧାନ ଏନେଇ ମୁହଁ ଖୋଲିଲେ ନାହିଁ । ୫୫ ନଂ ଜାତୀୟ ରାଜପଥରେ ଯେଉଁମାନଙ୍କର ଜୀବନ ଯାଇଛି ସେମାନଙ୍କ ପାଖକୁ ଧର୍ମେନ୍ଦ୍ର କେମିତି ଭୋଟ ମାଗିବାକୁ ଯିବେ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ପାନୀୟ ଜଳକୁ ନେଇ ଯେଉଁ ଅଭିଯୋଗ କରୁଛନ୍ତି, ସେ ବୋଧେ ଜାଣି ନାହାନ୍ତି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି । ଯଦି ପୁରସ୍କାର ନମିଳନ୍ତା ତେବେ କେନ୍ଦ୍ରରେ ତାକୁ ବଦନାମ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଯଥେଷ୍ଟ ସୁଯୋଗ ମିଳିଥାନ୍ତା । ଧର୍ମେନ୍ଦ୍ର ପ୍ରଧାନ ନିଜ ବିଫଳତାକୁ ସ୍ବୀକାର କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ସସ୍ମିତ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button