ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୭ ମୃତ – Ibnodisha

[ad_1]

ବିହାର : ବିହାର ପାଟନାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜେସିବି ସହ ପିଟିଲା ଯାତ୍ରୀବାହୀ ଅଟୋ। ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁଯାୟୀ, ପାଟନାର କଙ୍କଡବାଗ ଥାନା ସ୍ଥିତ ରାମଲଖନ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ଏକ ଯାତ୍ରୀବାହୀ ଅଟୋ ମେଟ୍ରୋ କାମରେ ନିୟୋଜିତ ଥିବା ଏକ ଜିସିବିକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ହିଁ ଅଟୋରେ ବସିଥିବା ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜେସିବି ସହ ଧକ୍କା ହେବା ପରେ ଅଟୋର ଉପର ଛାତ ଉଡିଯିବା ସହ ଖଣ୍ଡ ହୋଇଯାଇଛି। ପୁଲିସ ସୂଚନା ମୁତାବକ, ଅଟୋରେ ୮ ଜଣ ଯାତ୍ରୀ ଥିଲେ। ଏହା ପୁରୁଣା ବସ୍‌ ଷ୍ଟାଣ୍ଡ ଆଡକୁ ଯାଉଥିଲା। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button