ଦେଶ
ତୁର୍କୀ ପୁଲିସ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ – Ibnodisha

[ad_1]
ତୁର୍କୀ : ତୁର୍କୀ ରାଜଧାନୀ ଅଙ୍କାରା ସ୍ଥିତ ପୁଲିସ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ । ଆଜି ସକାଳ ୯ଟା ସମୟରେ ଆତ୍ମଘାତୀ ବିସ୍ଫୋରଣରେ ଏହି ଆକ୍ରମଣ ହୋଇଥିବାବେଳେ ଅନ୍ୟ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ କେତେଜଣଙ୍କର ମୃତ୍ୟୁ ହୋଇଛି କେତେ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ଜଣାପଡିନି ।
ତୁର୍କୀ ଗୃହମନ୍ତ୍ରୀ ଅଲି ୟେରଲିକାୟା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ୨ଜଣ ଆତଙ୍କବାଦୀ କମର୍ସିଆଲ ଗାଡିରେ ଆସି ନ୍ୟାସନାଲ ପୁଲିସ ହେଡକ୍ୱାର୍ଟର ବିଲ୍ଡିଙ୍ଗ ପାଖରେ ପହଞ୍ଚିଲେଏବଂ ଚାହୁଁ ଚାହୁଁ ଜଣେ ଦୌଡିଯାଇ ନିଜକୁ ବିସ୍ଫୋରଣରେ ଉଡାଇଦେଲା । ଏହାସହ ଦୁଇ ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।
[ad_2]