ଦେଶ

ନିଦରେ ଚାଲିବା ସମସ୍ୟା ଥିଲେ କରନ୍ତୁ ଏହି ସବୁ କାମ …. – Ibnodisha

[ad_1]

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଖରାପ ଲାଇଫ୍ ଷ୍ଟିଇଲ୍ ଯୋଗୁ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଦେଇଥାଏ । ସେଥିମଧ୍ୟରୁ ନିଦରେ ଚାଲିବା ମଧ୍ୟ ଏକ ରୋଗ ହୋଇଥାଏ । ଏହିି ସମସ୍ୟା ଦୁନିଆରେ କିଛି ଲୋକଙ୍କ ମଧ୍ୟରେ ଦେଖିବା ପାଇଁ ମିଳିଥାଏ । ଏହି ରୋଗରେ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ଏକ ସ୍ଥାନରୁ ଉଠି ନିଦରେ ଅନ୍ୟ ସ୍ଥାନକୁ ପହଞ୍ଚି ଯାଏ । ଯଦି କୌଣସି ଲୋକ ସହ ଏହି ପରି ହେଉଥାଏ ତାହେଲେ ସେହି ଲୋକ ସୋମନାମ୍ବୁଲିଜିମ୍ ବା ନିଦରେ ଚାଲିବା ରୋଗର ସମ୍ମୁଖୀନ ହୋଇଥାନ୍ତି । ଏହି ରୋଗକୁ ସିପ୍ଲେଓ୍ଵାକିଙ୍ଗ୍‌ି ବା ନିଦରେ ଚାଲିବା ସମସ୍ୟା ମଧ୍ୟ କୁହାଯାଏ । ଏହି ରୋଗ ହେବାର ଅନେକ କାରଣ ହୋଇଥାଏ । ତେବେ କ’ଣ ଏହି ରୋଗର କାରଣ ଓ କିପରି ଏହି ରୋଗର ଚିକିତ୍ସା କରିବେ ତାହା ଜାଣନ୍ତୁ ..

ନିଦରେ ଚାଲିବା ରୋଗର ଲକ୍ଷଣ : ଏହି ରୋଗରେ ବ୍ୟକ୍ତି କେବଳ ନିଦରେ ଚାଲେନି ବରଂ ଭିନ୍ନ ଭିନ୍ନ କାର‌୍ୟ୍ୟ ମଧ୍ୟ କରିଥାଏ । ନିଦରେ ଚାଲି ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାଏ । ଏହି ରୋଗରେ ବ୍ୟକ୍ତି ଜାଣିପାରନ୍ତି ନାହିଁ ସେ କ’ଣ କରନ୍ତି । ଦିଲ୍ଲୀର ନ୍ୟୁରୋ ସର୍ଜନ ଡା.ରାଜେଶ କୁମାରଙ୍କ ମତ ଅନୁସାରେ, ନିଦରେ ଚାଲିବା ରୋଗ ଏକ ପ୍ରକାରର ନ୍ୟୁରୋଲୋଜିକାଲ ରୋଗ ହୋଇଥାଏ । ଏହାକୁ ଏକ ପ୍ରକାରର ମସ୍ତିଷ୍କରୁ ଜଡିତ ସମସ୍ୟା ମଧ୍ୟ କୁହାଯାଏ । ପ୍ରକୃତରେ ଆମେ ଦିନଭରି ଯାହା କାମ କରିଥାଉ ତାହାର ସିଧାସଳଖ ପ୍ରଭାବ ଆମ ମସ୍ତିଷ୍କରେ ପଡିଥାଏ ।

ନ୍ୟୁରୋଲୋଜିକାଲ ସମସ୍ୟା ଯୋଗୁ ଆମ ଶରୀର ସନ୍ତୁଳନ, କଥା, ସ୍ମୃତି ଓ ଶରୀରର ଗତିବିଧି ପ୍ରଭାବିତ ହୋଇଥାଏ । ଏହି ସମସ୍ୟାର ଅନେକ କାରଣ ହୋଇଥାଏ । ଯେମିତ ହରମୋନ୍ ଅସନ୍ତୁଳନ, ଠିକ୍ ଭାବେ ନିଦ ନହେବା ଓ ଚିନ୍ତା ଯୋଗୁ ବ୍ୟକ୍ତିକୁ ନିଦରେ ଚାଲିବା ସମସ୍ୟାକୁ ସାମ୍ନା କରିଥାଏ । ସୂଚନା ଅନୁସାରେ, ଯଦି ନିଦରେ ଚାଲିବା ସମସ୍ୟା ଆପଣଙ୍କ ସହ ବାରମ୍ବାର ହେଉଛି । ତେବେ ତୁରନ୍ତ ନ୍ୟୁରୋ ସର୍ଜନଙ୍କୁ ଦେଖାଇବା ଉଚିତ୍ ।

ନିଦରେ ଚାଲିବା ରୋଗରୁ କିପରି ବଞ୍ଚିବେ : ଏଥିରୁ ବଞ୍ଚିବା ପାଇଁ ଆମକୁ ପ୍ରତି ଦିନ ହେଲ୍ଦି ଲାଇଫ୍ ଷ୍ଟାଇଲ୍ ଗ୍ରହଣ କରିବା ଉଚିତ୍ । ଯେପରି ଠିକ୍ ସମୟରେ ଶୋଇବା ଓ ଠିକ୍ ସମୟରେ ଉଠିବା । ହରମୋନ୍ ଅସନ୍ତୁଳନକୁ ଧ୍ୟାନ ରଖିବା । ହେଲ୍ଦି ଡାଏଟ୍‌କୁ ଡେଲି ଲାଇଫ୍‌ରେ ସାମିଲ କରିବା । ଏହା ବ୍ୟତୀତ ଯଦି ଅପଣଙ୍କୁ ଚିନ୍ତା ଯୁକ୍ତ ସମସ୍ୟା ଅଛି । ତେବେ ପ୍ରତି ଦିନ ବ୍ୟାୟାମ, ଯୋଗ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button