IBN ଓଡ଼ିଶା ବ୍ୟୁରୋଦେଶ

ଶସ୍ତା ହେଲା ସୁନା-ରୂପା ଦର

ନୂଆଦିଲ୍ଲୀ, (IBN ଓଡିଶା) : ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଘୋଷଣା କରିଥିବା ବଜେଟ୍ ସାଧାରଣ ପରିବାରଙ୍କ ପାଇଁ ସୁହାଇଲା ଭଳି ହୋଇଛି ବୋଲି କୁହାଯାଇପାରେ। ବିବାହ ଋତୁ ଚାଲିଥିବା ବେଳେ ଚଳିତ ଆର୍ଥିକ ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି। ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ୧, ୨୦୨୧ରୁ ଏକ ନୂତନ ସଂଶୋଧିତ କଷ୍ଟମ୍ ଡ୍ୟୁଟି ନୀତି ଲାଗୁ ହେବ।
କରୋନା ମହାମାରୀ ମଧ୍ୟରେ ସୁନା-ରୂପାର ମୂଲ୍ୟ ଅହେତୁକ ବୃଦ୍ଧି ପାଇ ରେକର୍ଡ଼ ସ୍ତରରେ ପହଞ୍ଚିଯାଇଥିଲା।ତେବେ ମହଙ୍ଗା ହେବା କାରଣରୁ ସୁନା-ରୂପା ସାଧାରଣ ଲୋକଙ୍କ ବଜେଟରୁ ବାହାର ହୋଇଗଲା, କିଣିବା କଷ୍ଟକର ହୋଇପଡ଼ିଲା। ଯାହାର ପ୍ରଭାବ ଅଳଙ୍କାର ବ୍ୟବସାୟ ଉପରେ ପଡ଼ିଲା। ଆଉ ଏଥିପାଇଁ ଅଳଙ୍କାର ବ୍ୟବସାୟୀମାନେ କଷ୍ଟମ ଡ୍ୟୁଟି ହ୍ରାସ କରିବା ପାଇଁ ଦାବି କରିଥିଲେ। ଏହି ଦାବିକୁ ପୂରଣ କରିବାକୁ ନିର୍ମଣା ସୀତାରମଣଙ୍କ ସାମ୍ନାରେ ପ୍ରସ୍ତାବ ରଖାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button