IBN ଓଡ଼ିଶା ବ୍ୟୁରୋ

ମନ୍ଦିର ପଛରେ ମାଟିରେ ଖେଳୁଥିଲେ ପିଲାମାନେ, ସେ ସମୟରେ ମିଳିଲା ଏମିତି ଏକ ଜିନିଷ ଯାହାକୁ ଖେଳନା ଭାବି ପିଲାମାନେ ଘରକୁ ନେଇଗଲେ, ଆଉ ତା ପରେ..

ଆମର ଦେଶରେ କେଉଁଠି ନା କେଉଁଠି ଖୋଳିବା ସମୟରେ ଅନେକ ପୁରୁଣା ଜିନିଷ ବାହାରିଥିବା ର ଦେଖିବାକୁ ମିଳି ଥାଏ । କେଉଁଠି ଖଜଣା ମିଳିଥାଏ ର କେଉଁଠି ବହୁତ ପୁରାତନ ମୂର୍ତି ଦେଖିବାକୁ ମିଳିଥାଏ ଯାହାକି ବହୁତ ସମୟରେ ରହସ୍ୟମୟ ହୋଇଥାଏ । ସେହିଭଳି ଉତ୍ତରାଖଣ୍ଡରେ ଚ୍ମାପାବତ ଗ୍ରାମରେ ଗୋଟିଏ ଆଶ୍ଚର୍ଯ୍ୟ କରି ଦେବା ଘଟଣା ସାମନାକୁ ଆସିଛି । ଯେଉଁଠି ଗ୍ରାମର ଆବାସୀୟ ଭବନ ନିକଟରେ ଥିବା ମନ୍ଦିର ପାଖରେ ପିଲାମାନେ ଖେଳୁଥିଲେ ସେତେବେଳେ ତାଙ୍କର ଗୋଟେ ଜିନିଷ ଉପରେ ନଜର ପଡିଲା ଯାହା ଦେଖିବାକୁ ବହୁତ ଆକର୍ଷିତ ଲାଗୁ ଥିଲା । ପିଲାମାନେ ତାହାକୁ ଅଜବ ଜିନିଷ ଭାବି ଘରକୁ ନେଇ ଗଲେ ।

ଘରକୁ ଆଣିବା ପରେ ଯେମିତି ଘରର ଲୋକମାନେ ପିଲାମାନଙ୍କର ହାତରେ ଏହି ଜିନିଷକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ପିଲାମାନେ ଏକ ରହସ୍ୟମୟ ଶିବଲିଙ୍ଗ ଉଠାଇ ନେଇ ଆସିଥିଲେ । ଯାହାର ଓଜନ ପାଖାପାଖି ୨ କିଲୋ ଥିଲା । ଯେତେବେଳ ଘରଲୋକମାନଙ୍କୁ ଜଣା ପଡିଲା ଯେ ଶିବଲିଙ୍ଗଟି ମନ୍ଦିର ପଛରେ ଥିବା ମାଟିରୁ ମିଳିଛି ସେଠି ଯାଇ ଗ୍ରାମର ଲୋକମାନେ ଖୋଲି ସେଠୁ ବହୁତ ସଂଖ୍ୟାରେ ଶିବଲିଙ୍ଗ ବାହାର କରିବାକୁ ଲାଗିଲେ ।

ଶିବଲିଙ୍ଗ ବାହାର କରିବା ପରେ ସେମାନେ ସମସ୍ତଙ୍କୁ ଜଣାଇଲେ । ସେଠି ଇତିହାସ କାରୀମାନେ ପହଞ୍ଚିଲେ ଏବଂ ସେମାନେ କହିଲେ କି ଏହି ଶିବଲିଙ୍ଗ ମାମୁଲି ଶିବଲିଙ୍ଗ ନୁହେଁ । ଏଗୁଡିକ ବହୁତ ଖାସ ପ୍ରକାରର ଶିବଲିଙ୍ଗ ଅଟେ । ଯାହାକି ଆଜିକା ସମୟରେ ମିଳିବା ବହୁତ କଷ୍ଟ ଅଟେ । ଇତିହାସକାର ଦେବେନ୍ଦ୍ର ଓଳି କହିଲେ କି ଏହି ଶିବଲିଙ୍ଗ ୭୦୦ – ୮୦୦ ବର୍ଷ ପୁରୁଣା ହୋଇଥାଇ ପାରେ । ଯାହାକି ୧୨ -୧୩ ଶତାବ୍ଦୀର ଲାଗୁଛି । ଏହାକୁ ଚନ୍ଦ୍ର ଶାସନ କାଳରେ ତିଆରି କରା ଯାଇଥିଲା ।

ମାଟିକୁ ଖୋଲିବା ସମୟରେ ଯେଉଁ ଶିବଲିଙ୍ଗ ବାହାରିଲା ତାହା ପୁରା ପୁରୀ ଠିକ ଥିଲା ଏବଂ କିଛି ଶିବଲିଙ୍ଗ ବିନା ଫିନିସିଙ୍ଗର ମଧ୍ୟ ସେଥିରେ ଥିଲା । ସେଠାକାର ସ୍ଥାନୀୟ ନିବାସୀ ଭୈରବ ଦତ୍ତ କହିଲେ କି ପୂର୍ବରୁ ବି ଏମିତି ଶିବଲିଙ୍ଗ ଖୋଳିବା ସମୟରେ ମିଳିଛି । ଏହି ଶିବଲିଙ୍ଗ କେବଳ ମନ୍ଦିର ପାଖରେ ନୁହେଁ ବରଂ ଆଖ ପାଖ ଅଞ୍ଚଳରେ ମଧ୍ୟ ମିଳିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button