IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବୋଧେ ଏହାକୁ କୁହନ୍ତି ଭାଗ୍ୟ, ଟାଇଲର ଘରେ ରହୁଥିବା ଝିଅ ବାହାଘରେ ପରେ ବିଦା ହେଲେ ହେଲିକପ୍ଟରରେ – ପଢନ୍ତୁ ପୁରା ଘଟଣା

ଆପଣମାନେ ଶୁଣିଥିବେ କି ଯଦି ଭାଗ୍ୟ ଭଲ ଥିବା ତେବେ ଗଧ ବି ବୁଦ୍ଧିମାନ ହୋଇଥାଏ । ଏହାର ଅର୍ଥ ଏହା କି ଯାହାର ଭାଗ୍ୟ ସାଥ ଦେଇ ଥାଏ ତାହର ସବୁ କିଛି ଭଲ ହୋଇଥାଏ । ଖରାପ ସମୟରେ ବି ତାହାକୁ କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡି ନଥାଏ । ଭଲ ଭାଗ୍ୟ ଥିବା ବ୍ୟକ୍ତି ଯେଉଁ ବିଷୟରେ କେବେବି ଭାବି ନଥାଏ, ତାହା ତାଙ୍କ ସହିତ ଘଟିଥାଏ ।

ବର୍ତ୍ତମାନ କିଛି ଦିନ ହେବ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ବିଷୟରେ ଶୁଣି ଆପଣ ବିଶ୍ଵାସ କରି ପାରିବେ ନାହିଁ ।

ମାତା – ପିତା କହିଲେ ସତରେ ଆମର ଝିଅ ବହୁତ ଭାଗ୍ୟଶାଳୀ :

ଇଂଦୋର ପାଖରେ ଥିବା ଜାବରାର ପଠାନଟୋଲୀର ଏକ ଗଳିରେ କେବେଳ ଟାଇଲ ଘରେ ରହୁଥିବା ଶାହିସ୍ତାଙ୍କର ଜୀବନ ଅଚାନକ ବଦଳି ଗଲା, ଯାହା ବିଷୟରେ ସେ କିମ୍ବା ଅନ୍ୟ କେହି କେବେ ବି ଭାବି ନଥିଲେ । ଯେଉଁ ଶାହିସ୍ତା କେବେ ଭଙ୍ଗା ଘରେ ରହୁଥିଲେ ଅଚାନକ ମଙ୍ଗଳବାର ଦିନ ସେ ହେଲିକପ୍ଟରରେ ବସି ଶଶୁର ଘରକୁ ବିଦା ହେଲା । ଝିଅର ବିଦାଇ ସମୟରେ ଫଳ ବିକୁଥିବା ପିତା ଏବଂ ସିଲେଇ କରୁଥିବା ମାର ଆଖି ଲୁହରେ ଭରି ଗଲା । ସେ କାନ୍ଦି କାନ୍ଦି କହିଲେ କି ସତରେ ତାଙ୍କ ଝିଅ ବହୁତ ଭାଗ୍ୟଶାଳୀ ଅଟେ ।

ତିନି ବର୍ଷ ପୂର୍ବରୁ ହେଇଥିଲା ଶାହିସ୍ତାଙ୍କର ନିର୍ବନ୍ଧ :

ମେଟ୍ରିକ ପାସ ଶାହିସ୍ତା କହିଲେ କି, “ମୁଁ ସ୍ଵପ୍ନରେ ବି ଭାବିନଥିଲି କି ମୋତେ କେହି ବାହାହେବା ପାଇଁ ହେଲିକପ୍ଟରରେ ବସି ଆସିବ” । ଆପଣଙ୍କୁ କହି ଦେଉଛୁ ଯେ ପଠାନଟୋଲୀରରେ ରହୁଥିବା ବାହିଦ ଖାନଙ୍କର ଝିଅ ଶାହିସ୍ତାର ନିର୍ବନ୍ଧ ଆଜିଠୁ ତିନି ବର୍ଷ ପୂର୍ବରୁ ରାଜସ୍ଥାନରେ କୋଟା ଜିଲ୍ଲା ରେ ରହୁଥିବା ଖଣିଜ ବ୍ୟାପାରୀ ଆରିଫ ଖାନଙ୍କ ପୁଅ ଆସିଫ ଖାନଙ୍କ ସହ ହୋଇ ଥିଲା ।

ସୋମବାର ଦିନ ଆସିଫ ରତଲାମ ହେଲିକପ୍ଟରରେ ବସି ବାହା ହେବା ପାଇଁ ଆସି ଥିଲେ ଏବଂ ମଙ୍ଗଳବାର ଦିନ ବାହା ହୋଇ କନ୍ୟାକୁ ହେଲିକପ୍ଟରରେ ନେଇ ଯାଇଥିଲେ ।

ପ୍ରଥମ ନଜରରେ ଶାହିସ୍ତାକୁ ପସନ୍ଦ କରିଥିଲେ :

ଶାହିସ୍ତାର ମା କହିଲେ କି ତିନି ବର୍ଷ ପୂର୍ବରୁ ସେ ଯେତେବେଳେ ତାଙ୍କର ଭଉଣୀ ଘରକୁ ଯାଇଥିଲେ ସେଠି ତାଙ୍କର ପଡୋଶିରେ ରହୁଥିବା ରହନା ବି ଶାହିସ୍ତାକୁ ପସନ୍ଦ କରି ଥିଲେ ଏବଂ ସେ ସୁକେତରେ ରହୁଥିବା ଖଣିଜ ବ୍ୟାପାରୀ ଆରିଫ ଖାନଙ୍କ ସହିତ ତାଙ୍କର ବାହାଘରର ପ୍ରସ୍ତାବ ପକାଇଥିଲେ । ପ୍ରଥମ ଦେଖାରେ ଆରିଫ ଶାହିସ୍ତାଙ୍କୁ ପସନ୍ଦ କରି ଥିଲେ ।

ଆପଣଙ୍କୁ କହିଦେଉଛୁ ଯେ ଆସିଫ ଖାନଙ୍କ ଭାଇ ଆଦିଲ ଖାନଙ୍କ ବାହାଘର ସୋମବାର ଦିନ ଜାବରା ର ହିଁ ଜୁଲାହପୁରାରେ ଜଣେ କୃଷକଙ୍କର ଝିଅ ସହିତ ହୋଇଥିଲା । ଦୁଇ ଭାଇ ବାହା ହୋଇ ହେଲିକପ୍ଟରରେ ସୁକେତକୁ ଫେରିଯାଇଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button