ଖେଳ

ଏହି ବ୍ୟାଟ୍ସମ୍ୟାନ ମାନେ ମଧ୍ୟ ଶେଷ ବଲ୍ ରେ ଛକା ମାରି ଜିତାଇ ଥିଲେ ନିଜ ଟିମ୍ କୁ, ଗୋଟେ ପାକିସ୍ତାନୀ ତ ଭାରତ ବିରୁଦ୍ଧ ରେ ହିଁ…

ନିଡାସ ଟ୍ରଫି ର ଫାଇନାଲ ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଯେଉଁଭଳି ଖେଳ ଦେଖିବାକୁ ମିଳିଥିଲା ତାହା ସବୁଦିନ ପାଇଁ କ୍ରିକେଟ ର ଇତିହାସରେ ଚିର ସ୍ମରଣୀୟ ହୋଇ ରହିଗଲା । ବାଂଲାଦେଶ ଜିତିବା ପରିସ୍ଥିତିରେ ଥିଲା କିନ୍ତୁ, ଦିନେଶ କାର୍ତ୍ତିକ ଏମିତି ଖେଳିଲେ କି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ସେହି ମ୍ୟାଚ ରେ ଏଭଳି ପଦର୍ଶନ ଦେଇଥିଲେ ଯାହା ସେତେଦିନ ପର୍ଯ୍ୟନ୍ତ ସମସ୍ତଙ୍କର ମନେ ରହିବ, ଯେତେଦିନ ପର୍ଯ୍ୟନ୍ତ କ୍ରିକେଟ ଖେଳ ରହିବ ।

ସେ ଦେଶର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଗଲେ ଯିଏ କି ମ୍ୟାଚ ର ଶେଷ ବଲ୍ ରେ ଛକା ଲଗାଇ ମ୍ୟାଚ ଜିତାଇଛନ୍ତି । କିନ୍ତୁ କେବଳ ଦିନେଶ କାର୍ତିକ ନୁହନ୍ତି ଆହୁରି ବି ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏକି ଶେଷ ବଲ୍ ରେ ଛକା ମାରି ମ୍ୟାଚ ଜିତାଇ ଛନ୍ତି । ଆସନ୍ତୁ ଦେଖିବା-

ଅନ୍ତିମ ବଲ୍ ରେ ଛକା ମାରି ଜିତାଇ ଥିବା ବ୍ୟାଟ୍ସମ୍ୟାନ

ଜାବେଦ ମିୟାଁଦାଦ ବନାମ ଚେତନ ଶର୍ମା (ଭାରତ ବନାମ ପାକିସ୍ତାନ, ଶାରଜାହ,୧୯୮୬)

ଜାବେଦ ମିୟାଁଦାଦ ଭାରତକୁ ଅଷ୍ଟ୍ରେଲିୟା – ଏସିୟା କପର ଫାଇନାଲ ମ୍ୟାଚ ରେ ଚେତନ ଶର୍ମାଙ୍କ ଦ୍ଵାରା ପକାଯାଇଥିବା ମ୍ୟାଚର ଶେଷ ବଲରେ ଛକା ମାରି ଏକ ଅଭୂଲା ସ୍ମୃତି ସମସ୍ତଙ୍କୁ ଦେଇଥିଲେ ।

ଚାମରା କପୁଗେଦେରା ବନାମ ଆଶୀଷ ନେହରା (ଭାରତ ବନାମ ଶ୍ରୀଲଂକା, ଗ୍ରୋସ ଆଇଲେଟ,୨୦୧୦)

ବିଶ୍ଵ ଟି୨୦ ଖେଳରେ ୧୬୪ ରନ ର ଲକ୍ଷ୍ୟ କୁ ପିଛା କରୁଥିବା, ଭାରତ ବିରୁଦ୍ଧରେ ବିଜୟ ହାସଲ କରିବା ପାଇଁ ଶ୍ରୀଲଙ୍କା କୁ ଶେଷ ବଲ ରେ ୩ ରନ୍ ର ଆବଶ୍ୟକତା ଥିଲା। ଭାରତୀୟ ପ୍ରଶଂସକ ମାନଙ୍କ ପାଇଁ ଏହା ଏକ ଝଟକା ଥିଲା, କାହିଁକି ନା କପୁଗେଦେରା ନେହେରା ଙ୍କର ଶେଷ ବଲ ରେ ଛକା ମାରି ଥିଲେ। ଏହା ପରେ ଭାରତ ସେହି ଟୁର୍ନାମେନ୍ଟରୁ ବାହାରି ଯାଇଥିଲା।

 

 

ଲାଂସ କ୍ଲୁସନର ବନାମ ଡାୟୋନ ନୈଶ (ନ୍ଯୂଜୀଲୈଂଡ ବନାମ ଦକ୍ଷିଣ ଅଫ୍ରୀକା, ନେପିୟର,୧୯୯୯)

ସୀମିତ ଓଭର ର ମ୍ୟାଚ ରେ ସବୁଠୁ ଖତରନାକ ବ୍ୟାଟ୍ସମାନ ମଧ୍ୟରୁ ଜଣେ ଲାଂସ। ସେ  ଅନ୍ତିମ ବଲ ରେ ଛକା ମାରି ଅଷ୍ଟ୍ରେଲିୟା ବିରୁଦ୍ଧରେ ଦକ୍ଷିଣ ଆଫ୍ରିକାକୁ ଜିତାଇଥିଲେ ।

 

ବ୍ରେଂଡନ ଟେଲର ବନାମ ମଶ୍ରେଫ ମୋର୍ତଜା (ଜିମ୍ବାବ୍ୱେ ବନାମ ବାଂଗ୍ଲାଦେଶ, ହରାରେ,୨୦୦୬)

ବ୍ରେଂଡନ ଟେଲର, ମୋର୍ଟାଜା ଙ୍କର ଅନ୍ତିମ ବଲରେ ଛକା ମାରି ଥିଲେ । ୨୩୭ ରନ ଲକ୍ଷ୍ୟ ରେ ଶେଷ ବଲ ରେ ୫ ରନ ର ଆବଶ୍ୟକତା ଥିଲା ଓ ଟେଲର ଶେଷ ବଲ ରେ ଛକା ମାରିଥିଲେ।

ରେୟାନ ମୈକଲେରନ ବନାମ ଜେମ୍ସ ଫ୍ରୈଂକଲିନ (ଦକ୍ଷିଣ ଆଫ୍ରୀକା ବନାମ ନ୍ଯୂଜୀଲୈଂଡ, ପଚେଫସ୍ଟରୂମ, ୨୦୧୩)

ଦକ୍ଷିଣ ଆଫ୍ରିକା ର ରେୟାନ ମୈକଲେରନ, ଫ୍ରୈଂକଲିନଙ୍କ ଶେଷ ବଲ୍ ରେ ଛକା ମାରି ଟିମ କୁ ଜିତାଇଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button