ଖେଳ

ସିକ୍ସର କିଙ୍ଗ ରୋହିତ – Ibnodisha

[ad_1]

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବିଶ୍ୱ କ୍ରିକେଟର ନୂଆ ସିକ୍ସର କିଙ୍ଗ ଭାବେ ଉଭା ହୋଇଛନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା । ଟିମ୍ ଇଣ୍ଡିଆର ୩୫ ବର୍ଷୀୟ ଅଧିନାୟକ ରୋହିତ ଚଳିତ ବିଶ୍ୱକପରେ ଶେଷ ଲିଗ୍ ମ୍ୟାଚ୍ ମ୍ୟାଚରେ ନେଦରଲ୍ୟାଣ୍ଡସ ବିପକ୍ଷରେ ୬୦ ରନର ଇନିଙ୍ଗରେ ୨ଟି ଛକା ମାରି ଦୁଇଟି ବିଶ୍ୱରେକର୍ଡ କରିଛନ୍ତି । ଏଥିସହ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୬୦ଟି ଛକା ମାରିବାର ବିଶ୍ୱରେକର୍ଡ କରିଛନ୍ତି ।

ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଏବିଡ ଭିଲିୟର୍ସଙ୍କ ନାମରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୫୮ଟି ଛକା ମାରିବାର ରେକର୍ଡ ରହିଥିଲା । ଏହାଛଡା ରୋହିତ ଚଳିତ ବିଶ୍ୱକପରେ ଏପର୍ଯନ୍ତ ଅଧିନାୟକ ଭାବେ ୨୪ଟି ଛକା ମାରି ସାରିଛନ୍ତି । ଯାହାକି ଆଉ ଏକ ବିଶ୍ୱ ରେକର୍ଡ । ଏହା ପୂର୍ବରୁ ୨୦୧୯ ବିଶ୍ୱକପରେ ଇଂଲର ତକôାଳୀନ ଅଧିନାୟକ ଇୟନ ମୋର୍ଗାନ୨୨ଟି ଛକା ଲଗାଇ ରେକର୍ଡ କରିଥିଲେ । ଏହା ସାଙ୍ଗକୁ ରେହିତଙ୍କ ନାଁରେ ମଧ୍ୟ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକାର ରେକର୍ଡ ରହିଛି । ସେ ଟେଷ୍ଟ.ଦିନିକିଆ ଓ ଟି ୨୦ ର ମୋଟ ୪୭୯ଟି ଇନିଙ୍ଗସରେ ୫୭୫ଟି ଛକା ଲଗାଇଛନ୍ତି । ତାଙ୍କ ପଛକୁ ୫୫୧ଟି ଇନିଙ୍ଗସରେ ୫୩୩ଟି ଛକା ଲଗାଇ େଓଷ୍ଟ ଇଣ୍ଡିଜର ଦୁର୍ଘର୍ଷ ବ୍ୟାଟ୍ସମ୍ୟାନ କ୍ରିଶ୍ ଗେଲ୍ କରିଛନ୍ତି । ରୋହିତ ଟି୨୦ରେ ମଧ୍ୟ ସର୍ବାଧିକ ୧୮୨ଟି ଛକା ମାରିବାର ରେକର୍ଡ କରିଛନ୍ତି ।

ଏଣୁ ରୋହିତଙ୍କୁ ବିଶ୍ୱ କ୍ରିକେଟର ମକ୍ଟଳର କିଙ୍ଗ କହିଲେ ଭୁଲ ହେବନି । ୨୦୧୯ ବିଶ୍ୱକପରେ ରୋହିତ ଯେଉଁଠାରେ ଛାଡିଥିଲେ, ଏବେ ପୁଣି ସେହିଠାରୁ ଆରମ୍ଭ କରିଛନ୍ତି । ଗତ ବିଶ୍ୱକପରେ ସର୍ବାଧିକ ୫ଟି ଶତକ ସହ ୬୪୮ ରନ କରି ସର୍ବାଧିକ ସ୍କୋରର ହୋଇଥିଲେ ରୋହିତ । ଚଳିତ ବିଶ୍ୱକପରେ ମଧ୍ୟ ରୋହିତ ତାଙ୍କ ଫର୍ମ ଜାରି ରଖିଛନ୍ତି । ଏପର୍ଯନ୍ତ ୫୦୩ ରନ କରି ବିରାଟ କୋହଲି ,କ୍ୱିଣ୍ଟନ ଡି କକ୍ ଓ ରଚନ ରବିନ୍ଦ୍ରଙ୍କ ପଛକୁ ଚତୁର୍ଥ ସ୍ଥାନରେ ରହିଛନ୍ତି । ବିଶ୍ୱକପ ତଥା ଚଳିତ ସିଜିନ ସରିବା ବେଳକୁ ରୋହିତଙ୍କ ନାଁରେ ଆଉ କିଛି ରେକର୍ଡ ଯୋଡି ହୋଇଯିବା ଭଳି ମନେ ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button