ଖେଳ

ଭାରତରେ ‘ଫ୍ରେଣ୍ଡ୍‌ଶିପ୍ କପ୍‌’ ଖେଳିବ ନେପାଳ – Ibnodisha

[ad_1]

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏକ ବଡ଼ ନିଷ୍ପତ୍ତି ନେଇଛି । ବିଶ୍ୱ କ୍ରିକେଟ୍‌ରେ ଆଫଗାନିସ୍ତାନକୁ ଆଗକୁ ବଢ଼ାଇବା ସହିତ ଏବେ ନେପାଳ ଟିମ୍‌ର ସହାୟତା କରିବାକୁ ଯାଉଛି । ଆଇସିସି ଟି-୨୦ ବିଶ୍ୱକପ୍ ପ୍ରସ୍ତୁତିରେ ପଡ଼ୋଶୀ ଦେଶର ସହାୟତା ସ୍ୱରୂପ ବିସିସିଆଇ ‘ଫ୍ରେଣ୍ଡ୍‌ଶିପ୍ କପ୍‌’ ନାମରେ ଏକ ତ୍ରିକୋଣୀୟ ସିରିଜ୍ ଆୟୋଜନ କରିବାକୁ ଯାଉଛି । ଏହି ସିରିଜ୍‌ର କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରାଯାଇଛି । ନେପାଳ ଟିମ୍ ଭାରତ ଗସ୍ତରେ ଆସି ନେପାଳ ଟିମ୍ ବରୋଦା କ୍ରିକେଟ୍ ସଂଘ ଓ ଗୁଜରାଟ କ୍ରିକେଟ୍ ସଂଘ ଟିମ୍ ସହିତ ତ୍ରିକୋଣୀୟ ସିରିଜ୍ ଖେଳିବ ।

ସାତ ମ୍ୟାଚ୍ ବିଶିଷ୍ଟ ସିରିଜ୍ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ ଏବଂ ଫାଇନାଲ୍ ମ୍ୟାଚ୍ ଏପ୍ରିଲ୍ ୭ରେ ଖେଳାଯିବ । ପ୍ରତ୍ୟେକ ଟିମ୍ ଅନ୍ୟ ଦୁଇ ଟିମ୍‌କୁ ଦୁଇଥର ଭେଟିବ ଏବଂ ଶୀର୍ଷ ଦୁଇ ଟିମ୍ ଫାଇନାଲ୍‌ରେ ମୁକାବିଲା କରିବେ । ଉଲ୍ଲେଖଯୋଗ୍ୟ, ଜୁନ୍ ୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ନେପାଳ ପୁଲ୍‌-ଡି’ରେ ସ୍ଥାନ ପାଇଛି । ଟିମ୍‌ର ସାମ୍ନା ସାଉଥ୍ ଆଫ୍ରିକା, ବାଂଲାଦେଶ, ନେଦାଲାଣ୍ଡ୍‌ସ ଓ ଶ୍ରୀଲଙ୍କା ଟିମ୍ ସହିତ ହେବ । ଏହି ତ୍ରିକୋଣୀୟ ସିରିଜ୍ ପାଇଁ ନେପାଳ କ୍ରିକେଟ୍ ସଂଘ ସହମତ ହୋଇଥିବା ଏକ ବୟାନରେ ଘୋଷଣା କରିଛି । ବୟାନରେ ଆହୁରି କୁହାଯାଇଛି, ଫ୍ରେଣ୍ଡ୍‌ଶିପ୍ କପ୍‌କୁ ବାର୍ଷିକ ଆୟୋଜନ ଭାବେ କରିବାକୁ ପ୍ରସ୍ତାବ ରହିଛି । ଏହା କ୍ରିକେଟ୍ ଜଗତରେ ବନ୍ଧୁତ୍ୱ ଓ କ୍ରୀଡ଼ା ଭାବନାକୁ ବୃଦ୍ଧି କରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button