ଅପରାଧ

ନାବାଳିକା ବଳତ୍କାର ମାମଲା; ଆସାମୀକୁ ୨୦ ବର୍ଷ ସଶ୍ରମ କରାଦଣ୍ଡ – Ibnodisha

[ad_1]

କଟକ: ବୈଦେଶ୍ୱର ଥାନା ଅଞ୍ଚଳରେ ୪ବର୍ଷର୍ ପୂର୍ବେ ଘଟିଥିବା ଏକ ନାବାଳିକା ବଳତ୍କାର ମାମଲାରେ କଟକର ଆଡହକ୍ ଆଡିସିନାଲ୍ ସେସନ୍ ତଥା ଏଫ୍‌ଟିଏସ୍‌ସି କୋର୍ଟ -୨ ଆସାମୀ ବିଜୟ ସେଠୀ ଓରଫ ବିଜୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଆସାମୀକୁ ୧ ଲକ୍ଷ ଟଙ୍କାର ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆସାମୀକୁ ଆଉ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଏଥିସହିତ ପୀଡିତାକୁ ୩ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ କୋର୍ଟ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦୧୯ ମସିହା ସେପ୍ଟେମ୍ବର ୧୬ ତାରିଖରେ ବୈଦେଶ୍ୱର କଢାମାଳ ଅଞ୍ଚଳର ଜଣେ ୧୨ ବର୍ଷୀୟା ନାବାଳିକାକୁ ବିଜୁ ବାରମ୍ବାର ବଳତ୍କାର କରିଥିବା ବେଳେ ସେ ୬ ମାସର ଗର୍ଭବତୀ ହୋଇଥିଲେ । ଏନେଇ ଥାନାରେ ଏତଲା ରୁଜୁ ହୋଇଥିଲା । ପୁଲିସ ବିଜୁକୁ ଗିରଫ କରି କୋର୍ଟଚାଲଣ କରିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ପରିଚାଳନା କରୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button