ଅପରାଧ

ଟଙ୍କା ପାଇଁ ଅପହରଣ ନାଟକ ରଚିଲେ ଯୁବତୀ ନିଜ ପିତାଙ୍କୁ ମାଗିଲେ ଏତିକି ଟଙ୍କା… – Ibnodisha

[ad_1]

ଭୋପାଳ: ଜଣେ ବ୍ୟକ୍ତିଙ୍କ ଫୋନ୍‌କୁ କିଛି ଫଟୋ ପହଞ୍ଚିଥିଲା। ଏଥିରେ ତାଙ୍କ ଝିଅ ଅପହୃତ ହୋଇଯାଇଥିବା ଓ ହାତଗୋଡ଼ ବନ୍ଧା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯଦି ୩୦ ଲକ୍ଷ ଟଙ୍କା ଦିଆନଯାଏ ତେବେ ତାଙ୍କ ଝିଅକୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଥିଲା। ଏହାଜାଣିବା ପରେ ବ୍ୟକ୍ତିଜଣକ ଚିନ୍ତିତ ଓ ବିବ୍ରତ ହୋଇପଡ଼ିଥିଲେ। ପୁଲିସର ସହାୟତା ନେଇଥିଲେ। ଶେଷରେ ଅନୁସନ୍ଧାନରେ ଜଣାପଡ଼ିଥିଲା ‌ଯେ ତାଙ୍କ ଝିଅଙ୍କୁ କେହି ଅପହରଣ କରିନାହିଁ ବରଂ ସେ ନିଜେ ନିଜର ଅପହରଣ ନାଟକ ରଚନା କରିଥିଲେ। ଏହା ‌କୌଣସି ଚଳଚ୍ଚିତ୍ରର କାହାଣୀ ନୁହେଁ, ବରଂ ମଧ୍ୟପ୍ରଦେଶରେ ଦୁଇ-ତିନି ଦିନ ପୂର୍ବେ ଘଟିଥିବା ଏକ ନିଛକ ସତ ଘଟଣା। ମଧ୍ୟପ୍ରଦେଶର ରଘୁବୀର ଧକଡ଼ଙ୍କ କହିବାନୁସାରେ, ତାଙ୍କ ଝିଅ କାବ୍ୟା (୨୧) ରାଜସ୍ଥାନର କୋଟାର ଏକ କୋଚିଂ ସେଣ୍ଟରରେ ପଢ଼ିବାକୁ ଯାଇଥିଲେ। ତାଙ୍କ ସହିତ ତାଙ୍କ ମା’ ଯାଇଥିଲେ। ହଷ୍ଟେଲ୍‌ରେ ତିନିଦିନ ରହିବା ପରେ ଫେରିଆସିଥିଲେ। ମାର୍ଚ୍ଚ ୧୭ ତାରିଖରେ ରଘୁବୀରଙ୍କ ଫୋନ୍‌କୁ କାବ୍ୟାଙ୍କ କିଛି ଫଟୋ ଆସିଥିଲା। ଏଥିରେ କାବ୍ୟା ଅପହୃତ ହୋଇଥିବା ଓ ତାଙ୍କୁ ହାତଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ରଖା ଯାଇଥିବା ଦେଖିବାକୁ ମଳିଥିଲା। କାବ୍ୟାଙ୍କୁ ମୁକୁଳାଇବା ପାଇଁ ୩୦ଲକ୍ଷ ଟଙ୍କା ଦେବାକୁ ମଧ୍ୟ ଅପହରଣକାରୀମାନେ ଦାବି କରିଥିଲେ। ଏନେଇ ରଘୁବୀର କୋଟା ପୁଲିସର ଦ୍ବାରସ୍ଥ ହୋଇଥିଲେ। କୋଟା ଆରକ୍ଷୀ ଅଧୀକ୍ଷକ ଅମ୍ରିତା ଦୁହାନ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୁଲିସ ମାମଲାର ସମ୍ବେଦନଶୀଳତା ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ନେଇଥିଲା। କାବ୍ୟାଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକିଂ କରିବା ସହ ତାଙ୍କ ବନ୍ଧୁମାନଙ୍କୁ ପଚରାଉଚୁରା କରିଥିଲା। ଅନୁସନ୍ଧାନରେ ଜଣାପଡ଼ିଥିଲା ଯେ କୋଟା ହୋଷ୍ଟେଲ୍‌ରେ ତାଙ୍କ ମା’ଙ୍କ ସହ ତିନି ଦିନ ରହିଥିଲେ। ମା’ ଚାଲିଯିବା ପରେ ପରେ ନିଜର ଦୁଇ ପୁରୁଷ ବନ୍ଧୁଙ୍କ ସହ ସେ ଇନ୍ଦୋର ଚାଲିଯାଇଥିଲା। ସେଠାରୁ ସେ ନିଜର ପିତାମାତାଙ୍କୁ କୋଚିଂ କ୍ଲାସ୍‌ରେ ପାଠ ପଢ଼ିବା ଭଳି କ୍ଲାସ୍‌ ପରୀକ୍ଷା ସମ୍ପର୍କରେ ଓ କ୍ଲାସରେ ଥିବା ଭଳି ଫଟୋ, ସୂଚନା ଆଦି ଦେଇଥିଲେ। କାବ୍ୟା ଓ ତାଙ୍କର ଜଣେ ବନ୍ଧୁ ବାସ୍ତବରେ ଲୁଚିଛପି ବିଦେଶ ଯିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନଙ୍କ ନିକଟରେ ଆବଶ୍ୟକ ଟଙ୍କା ନଥିବାରୁ ସେମାନେ ଏଭଳି ନାଟକ ରଚନା କରିଥିଲେ। ସମସ୍ତ ଘଟଣା ସମ୍ପର୍କରେ ଜଣାପଡ଼ିଥିଲେ ମଧ୍ୟ କାବ୍ୟା କିମ୍ବା ତାଙ୍କର ଦୁଇ ପୁରୁଷ ବନ୍ଧୁଙ୍କୁ ପୁଲିସ ଏଯାଏଁ ଧରିପାରିନାହିଁ। ମଙ୍ଗଳବାର ତିନିଜଣଙ୍କ ମୋବାଇଲ୍‌ ଶେଷଥର ପାଇଁ ଟ୍ରାକିଂ କରାଯାଇଥିଲା। । ଏହାପରେ ସେମାନଙ୍କ ମୋବାଇଲ୍‌ ବନ୍ଦ ରହିଛି । ପୁଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ କରିଛି ବୋଲି ଆରକ୍ଷୀ ଅଧୀକ୍ଷକ ଅମ୍ରିତା କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button