ଖେଳ

ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ – Ibnodisha

[ad_1]

ଚେନ୍ନଇ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୭ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଉଦ୍‌ଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ପରସ୍ପରକୁ ଭେଟିବେ। ଯଦିଓ ଏହି ଦୁଇ ତାରକା ସେମାନଙ୍କ ଦଳର ନେତୃତ୍ୱ ଛାଡି ସାରିଛନ୍ତି। ଧୋନିଙ୍କ ବଦଳରେ ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡ ଚେନ୍ନାଇ ଓ ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁପ୍ଲେସିସ୍‌ ବେଙ୍ଗାଲୁରୁ ଦଳରେ ନେତୃତ୍ୱ ନେବେ। ବିଶ୍ୱର ଶ୍ରେଷ୍ଠ ତଥା ତାରକା କ୍ରିକେଟରଙ୍କୁ ନେଇ ଦୁଇ ଦଳ ଗଠିତ ହୋଇଛି। ତେଣୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପ୍ରଶଂସକମାନେ ସଂଘର୍ଷ ଓ ଜବରଦସ୍ତ ରୋମାଞ୍ଚ ଦେଖିବାକୁ ପାଇବେ।ଅନ୍ତର୍ଜାତୀୟ କ୍ରିକେଟରୁ ଦୁଇମାସ ବିଶ୍ରାମ ନେବା ପରେ କୋହଲି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। କିଛି ଦିନ ତଳେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ସେ ଖେଳି ନଥିଲେ। ଏହି ସମୟରେ ସେ ଦ୍ୱିତୀୟ ତଥା ପୁତ୍ର ସନ୍ତାନର ଜନକ ହେବାର ସୌଭାଗ୍ୟ ଲାଭ କରିଥିଲେ। ଅନ୍ୟପଟେ ଏହି ସଂସ୍କରଣର ଶେଷ ଆଡକୁ ଅବସର ନେବେ ବୋଲି ଧୋନି ପୂର୍ବରୁ ଘୋଷଣା କରିସାରିଛନ୍ତି। ତେଣୁ ସେ ଏଥର ଆଇପିଏଲକୁ ସ୍ମରଣୀୟ କରାଇବାକୁ ପ୍ରୟାସ କରିବେ। ଗତ ସଂସ୍କରଣରରେ ଚେନ୍ନାଇ ଟାଇଟଲ ଜିତିଥିଲା। ଏପର୍ୟ୍ୟନ୍ତ ବେଙ୍ଗାଲୁରୁ ଟାଇଟଲ ହାସଲ କରିପାରିନାହିଁ। ତେଣୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ। ଘରୋଇ ମାଟିରେ ଚେନ୍ନାଇ ରେକର୍ଡ ଜବରଦସ୍ତ ରହିଛି। ତେଣୁ ବେଙ୍ଗାଲୁରୁକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଏଠାରେ ଚେନ୍ନାଇ ୬୪ଟି ମ୍ୟାଚ୍‌ ଖେଳି ୪୫ଟିରେ ବିଜୟୀ ହୋଇଥିବା ବେଳେ ୧୯ଟିରେ ପରାସ୍ତ ହୋଇଛି। ଘରୋଇ ମାଟିରେ ଚେନ୍ନାଇର ବିଜୟ ପ୍ରତିଶତ ୭୦ରୁ ଅଧିକ ରହିଛି। ଡେଥ୍‌ ଓଭରରେ ଆରସିବିର ସମସ୍ୟା ରହିଛି। ସ୍ପିନରଙ୍କ ବିପକ୍ଷରେ ଚେନ୍ନାଇ ବେଶ୍‌ ଭଲ ଖେଳିଥାଏ। ଅନ୍ୟପଟେ ବେଙ୍ଗାଲୁରୁ ସ୍ପିନ ବିଭାଗରେ ଦୁର୍ବଳ ରହିଛି। ମଥିଶ ପଥିରାନା ନ ଥିବାରୁ ଚେନ୍ନାଇ ପାଇଁ ସାମାନ୍ୟ ସମସ୍ୟା ରହିଛି। ଚେନ୍ନାଇ- ବେଙ୍ଗାଲୁରୁ ମ୍ୟାଚ୍‌ ପୂର୍ବରୁ ଶୁକ୍ରବାର ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ରଙ୍ଗାରଙ୍ଗ୍‌ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ। ଏଥିରେ ଚମତ୍କାର ଲେଜର ଶୋ’ର ଝଲକ ଦେଖିବାକୁ ମିଳିବ। ଅକ୍ଷୟ କୁମାର, ଟାଇଗର ଶ୍ରଫ୍‌ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିବେ। ସେହିପରି ବିଶିଷ୍ଟ ସଂଗୀତକାର ଏଆର ରହମାନ ଓ ଗାୟକ ସୋନୁ ନିଗମ ସଂଗୀତ ପରିବେଷଣ କରିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button