ଖେଳ

ଡେଭିସ୍ କପ୍‌: ଭାରତ ୨-୦ରେ ଆଗୁଆ – Ibnodisha

[ad_1]

ଇସ୍‌ଲାମାବାଦ: ଡେଭିସ୍ କପ୍ ୱାର୍ଲ୍ଡ ଗ୍ରୁପ୍‌-୧ ପ୍ଲେଅଫ୍ ମୁକାବିଲାର ପ୍ରଥମ ଦିନ ଶନିବାର ପାକିସ୍ତାନ ବିପକ୍ଷରେ ଭାରତ ୨-୦ର ଅଗ୍ରଣୀ ଲାଭ କରିଛି । ଇସ୍‌ଲାମାବାରେ ଖେଳାଯାଇଥିବା ସିଙ୍ଗଲ୍ସ ମ୍ୟାଚ୍‌ରେ ଭାରତ ପକ୍ଷରୁ ରାମକୁମାର ରାମନାଥନ୍ ଓ ଏନ୍‌. ଶ୍ରୀରାମ ବାଲାଜୀ ନିଜ ନିଜର ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଭାରତର ସିଙ୍ଗଲ୍ସ ଷ୍ଟାର୍ ରାମକୁମାର ରାମନାଥନ୍ ପାକିସ୍ତାନର ଅନୁଭବୀ ଏସାମ୍‌-ଉଲ୍‌-ହକ୍ କୁରେଶୀଙ୍କୁ ୬-୭, ୭-୬, ୬-୦ରେ ହରାଇଛନନ୍ତି ।

ସେହିପରି ଶ୍ରୀରାମ ବାଲାଜୀ ଏକଘଣ୍ଟା ୧୫ ମିନିଟ୍‌ରେ ୭-୫, ୬-୩ ସିଧା ସେଟ୍‌ରେ ହରାଇ ଦେଇଛନ୍ତି । ରବିବାର ଡବଲ୍ସ ଓ ରିଭର୍ସ ସିଙ୍ଗଲ୍ସ ମ୍ୟାଚ୍ ଖେଳାଯିବ । ଡବଲ୍ସ ମ୍ୟାଚ୍‌ରେ ଭାରତର ୟୁକି ଭାମ୍ବ୍ରୀ ଏବଂ ସାକେତ୍ ମାଇନେନି ପାକିସ୍ତାନର ମୁଜମ୍ମିଲ୍ ମୁର୍ତଜା ଓ ବରକତ ଉଲ୍ଲାହଙ୍କୁ ଭେଟିବେ । ୬୦ ବର୍ଷ ପରେ ଭାରତୀୟ ଡେଭିସ୍ କପ୍ ଟିମ୍ ପାକିସ୍ତାନ ଗସ୍ତ କରିଛି । ଶେଷଥର ପାଇଁ ୧୯୬୪ରେ ପାକିସ୍ତାନ ଗସ୍ତ କରିଥିବା ଭାରତୀୟ ଟିମ୍ ୪-୦ରେ ବିଜୟୀ ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button