ଅଲିମ୍ପିକ୍ସରେ ହେବ ନୀରଜ-ଅର୍ଶଦ ଫାଇଟ୍ – Ibnodisha
[ad_1]
ନୂଆଦିଲ୍ଲୀ : ପାକିସ୍ତାନର ଅର୍ଶଦ ନଦୀମ ୱାର୍ଲ୍ଡ ଆଥ୍ଲେଟିକ୍ସ ଚାମ୍ପିଅନ୍ଶିପ୍ର ଜାଭେଲିନ୍ ଥ୍ରୋ’ରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ପ୍ରଥମ ସ୍ଥାନରେ ଭାରତୀୟ ଷ୍ଟାର ନୀରଜ ଚୋପ୍ରା ରହିଥିଲେ । ଏହି ଦୁଇ ପ୍ରତିଦ୍ୱନ୍ଦ୍ୱି ଏବେ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ନୀରଜ ପୂର୍ବରୁ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ ସୃଷ୍ଟି କରିଥିଲେ ମଧ୍ୟ ଅର୍ଶଦଙ୍କ ପ୍ରଦର୍ଶନ ନୀରଜଙ୍କଠାରୁ ଶ୍ରେଷ୍ଠ ରହିଛି । ନୀରଜଙ୍କ କ୍ୟାରିୟରର ଶ୍ରେଷ୍ଠ ରେକର୍ଡ ୮୯.୯୪ ମିଟର ରହିଛି । ଯାହାକୁ ନୀରଜ ୨୦୨୨ ଷ୍ଟକହାମ୍ ଡାଏମଣ୍ଡ ଲିଗ୍ରେ ହାସଲ କରିଥିଲେ । ଏକ୍ଷେତ୍ରରେ ଅର୍ଶଦଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ୯୦.୧୮ ମିଟର ରହିଛି । ବିର୍ମିଂହମ୍ଠାରେ ଅନୁଷ୍ଠିତ ୨୦୨୨ କମନ୍ୱେଲ୍ଥ ଗେମ୍ସରେ ଅର୍ଶଦ ୯୦ ମିଟର ଦୂରକୁ ଜାଭେଲିନ୍ ଥ୍ରୋ’ କରିଥିଲେ ।
୨୦୨୦ ଟୋକିଓ ଅଲିମ୍ପିକ୍ସରେ ନୀରଜ ୫୭.୫୮ ମିଟର ଦୂରକୁ ଜାଭେଲିନ୍ ଥ୍ରୋ’ କରିଥିଲେ । ଏହାପରେ ୨୦୨୨ ବର୍ଷରେ ନୀରଜ ଲଗାତାର ୮୮ ମିଟର ଅତିକ୍ରମ କରୁଛନ୍ତି । କିନ୍ତୁ ନିଜର ରେକର୍ଡ ଅତିକ୍ରମ କରିବାକୁ ସକ୍ଷମ ହୋଇନାହାନ୍ତି । କିନ୍ତୁ ଅର୍ଶଦ ୯୦.୧୮ ମିଟର ଅତିକ୍ରମ କରି ଦ୍ୱିତୀୟ ଏସୀୟ ଆଥ୍ଲେଟ୍ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି । ପ୍ରାୟ ସମସ୍ତ ପ୍ରତିଯୋଗିତାରେ ନୀରଜ ଓ ଅର୍ଶଦ ଅଂଶଗ୍ରହଣ କରୁଥିବା ବେଳେ ସମସ୍ତ ପ୍ରତିଯୋଗିତାରେ ଅର୍ଶଦଙ୍କ ଉପରେ ନୀରଜ ଭାରି ପଡୁଛନ୍ତି । ଉଭୟଙ୍କ ମଧ୍ୟରେ ୯ଥର ମୁକାବିଲା ହୋଇଥିବା ବେଳେ ନୀରଜ ସମସ୍ତଥର ବିଜୟୀ ହୋଇଥିଲେ । ଅର୍ଶଦ ୨୦୨୨ କମନ୍ୱେଲ୍ଥ ଗେମ୍ସରେ ରେକର୍ଡ ସୃଷ୍ଟି କରିଥିଲେ । କିନ୍ତୁ ଏହି ଚାମ୍ପିଅନ୍ଶିପ୍ରେ ନୀରଜ ଅଂଶଗ୍ରହଣ କରିନଥିଲେ । ବର୍ତ୍ତମାନ ସୁଦ୍ଧା ନୀରଜ ୯୦ ମିଟର ଅତିକ୍ରମ କରିନଥିବା ବେଳେ ଅର୍ଶଦଙ୍କ ଏହି କୃତିତ୍ୱ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସରେ ଉଭୟଙ୍କ ମଧ୍ୟରେ କଡା ମୁକାବିଲା କରିବାର ବହୁତ ସମ୍ଭାବନା ରହିଛି ।
The post ଅଲିମ୍ପିକ୍ସରେ ହେବ ନୀରଜ-ଅର୍ଶଦ ଫାଇଟ୍ appeared first on ONA KHABAR.
[ad_2]