ଖେଳ

ଅଶ୍ୱିନ ନମ୍ବର ଏକ ଟେଷ୍ଟ୍ ବୋଲର୍‌; ତୃତୀୟକୁ ଖସିଲେ ବୁମ୍‌ରା – Ibnodisha

[ad_1]

ଦୁବାଇ : ଭାରତୀୟ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ଆଇସିସି ଟେଷ୍ଟ୍ ବୋଲିଂ ର‌୍ୟାଙ୍କିଙ୍ଗ୍‌ର ଶୀଷର୍ରେ ପହଞ୍ଚିଛନ୍ତି । ଅଶ୍ୱିନ ନିଜ ଟିମ୍‌ର ସାଥୀ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରାଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛି । ନିକଟରେ ଧମର୍ଶାଳାରେ କ୍ୟାରିୟର୍‌ର ୧୦୦ ତମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ଏହାକୁ ସ୍ମରଣୀୟ କରି ଅଶ୍ୱିନ୍ ୯ଟି ୱେକଟ୍ ଅକ୍ତିଆର କରିଥେôଲ ଏବଂ ଏହାର ଲାଭ ତାଙ୍କୁ ର‌୍ୟାଙ୍କିଙ୍ଗରେ ମିଳିଛି । ବୁମ୍‌ରା ଦୁଇଟି ସ୍ଥାନ ତଳକୁ ଖସି ୮୪୭ ରେଟିଂ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଅଷ୍ଟ୍ରଲିଆର ଜୋଶ୍ ହେଜଲ୍‌ଉଡ୍ ୮୪୭ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନେର ରହିଛନ୍ତି । ଅଶ୍ୱିନ ଏବଂ ବୁମ୍‌ରାଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା (ସପ୍ତମ) ମଧ୍ୟ ଟପ୍‌-10ରେ ରହିଛନ୍ତି । ସେହିପରି କୁଲଦୀପ ଯାଦବଙ୍କୁ ୧୫ ସ୍ଥାନର ଲାଭ ମିଳିଛି ଏବଂ ସେ ୧୬ଶ ସ୍ଥାନେର ପହଞ୍ଚିଛନ୍ତି ।
ଅନ୍ୟପକ୍ଷେର ଆଇସିସି ପକ୍ଷରୁ ବୁଧବାର ଜାରୀ ସଦ୍ୟତମ ର‌୍ୟାଙ୍କିଙ୍ଗରେ ତିନିଜଣ ଭାରତୀୟ ବ୍ୟାଟର୍ ଟପ୍‌-10ରେ ପହଞ୍ଚିଛନ୍ତି । ଟିମ୍ ଇଣ୍ଡିଆ କ୍ୟାପଟେନ ରୋହିତ ପାଞ୍ଚଟି ସ୍ଥାନର ଉନ୍ନତି ସହ ୬ଷ୍ଠରେ ପହଞ୍ଚିଥିବା ବେଳେ ଯୁବ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍ ଦୁଇଟି ସ୍ଥାନର ସୁଧାର ସହ ଅଷ୍ଟମରେ ପହଞ୍ଚିଛନ୍ତି । ଧମର୍ଶାଳା ଟେଷ୍ଟ୍େ‌ର ଉନ୍ନତି ବ୍ୟାଟିଂର ଲାଭ ସେମାନଙ୍କୁ ଏହି ର‌୍ୟାଙ୍କିଙ୍ଗରେ ମିଳିଛି । ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌ରୁ ଓହରି ଯାଇଥିବା ବିରାଟ କୋହଲି ଗୋଟିଏ ସ୍ଥାନର କ୍ଷତି ସହ ନବମକୁ ଖସି ଆସିଛନ୍ତି । ଧମର୍ଶାଳା ଟେଷ୍ଟ୍େ‌ର ଶତକ ହାସଲ କରିଥିବା ଶୁବମନ ଗିଲ୍‌ଙ୍କୁ ମଧ୍ୟ ର‌୍ୟାଙ୍କିଙ୍ଗ୍େ‌ର ଜୋର୍‌ଦାର ଲାଭ ମିଳିଛି ଏବଂ ୧୧ ସ୍ଥାନର ଲମ୍ଫ ପ୍ରଦାନ କରି କ୍ୟାରିୟର୍ ଶ୍ରେଷ୍ଠ ୨୦ଶ ସ୍ଥାନରେ ପହଞ୍ଚିଛନ୍ତି । ନ୍ୟୁଜିଲାଣ୍ଡର କେନ୍ ୱିଲିୟମ୍‌ସନ୍ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ର ଶୀଷର୍ରେ କାଏମ୍ ରହିଥିବାବେଳେ ଦ୍ୱିତୀୟରେ ଜୋ ରୁଟ୍ ଏବଂ ତୃତୀୟରେ ବାବର ଆଜମ୍ ରହିଛନ୍ତି । ଅଶ୍ୱିନ ଷଷ୍ଠଥର ପାଇଁ ଆଇସିସି ଟେଷ୍ଟ୍ ବୋଲିଂ ର‌୍ୟାଙ୍କିଙ୍ଗ୍େ‌ର ଶୀଷର୍ରେ ପହଞ୍ଚିଛନ୍ତି । ପ୍ରଥମ ଥର ପାଇଁ ସେ ୨୦୧େ୬ର ନମ୍ବର ଏକ ବୋଲର୍ ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button