ଖେଳ

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତୀୟ ଅଣ୍ଡର-୧୯ ଟିମ୍‌ ଘୋଷଣା, ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସୁଯୋଗ

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ସିରିଜ ପାଇଁ ସମସ୍ତ କ୍ରିକେଟ ଫ୍ୟାନ୍ସ ଚାହିଁ ରହିଛନ୍ତି । ଏହାରି ମଧ୍ୟରେ ବିସିସିଆଇ ବଡ ଘୋଷଣା କରିଛି । ଭାରତର ଅଣ୍ଡର-୧୯ ଟିମ୍‌ ଘୋଷଣା କରିଛି ବିସିସିଆଇ । ଭାରତୀୟ ଅଣ୍ଡର-୧୯ ଟିମ୍‌ ଘରୋଇ ସିରିଜ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଏହି ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି ।

ଆଉ ଏଥିରେ ଭାରତୀୟ ଟିମର ପୂର୍ବତନ ଖେଳାଳି ତଥା କୋଚ୍‌ ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡଙ୍କୁ ସୁଯୋଗ ମିଳିଛି ।

ବିସିସିଆଇ ଘୋଷଣା କରିଥିବା ଅଣ୍ଡର-୧୯ ଟିମ ଘୋଷଣା ହୋଇଛି । ଅଷ୍ଟ୍ରେଲିଆ ଅଣ୍ଡର-୧୯ ଟିମ୍‌ ପ୍ରଥମ ଭାରତରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହାର ଆରମ୍ଭ ସେପ୍ଟେମ୍ବର ୨୧ରେ ହେବ । ସେହିପରି ୪ ଦିନିଆ ଟେଷ୍ଟ ସିରିଜ ଖେଳାଯିବ । ଯାହା ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେବ । ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ । ଦିନିକିଆ ଏବଂ ଟେଷ୍ଟ ସିରିଜ ପାଇଁ ୧୫-୧୫ ଜଣିଆ ଖେଳାଳିଙ୍କୁ ନେଇ ଟିମ୍‌ ଘୋଷଣା ହୋଇଛି । ଦିନିକିଆ ସିରିଜ ପାଇଁ ମହମ୍ମଦ ଓମାନ ଏବଂ ଟେଷ୍ଟ ମ୍ୟାଚ ପାଇଁ ସୋହମ ପଟବର୍ଦ୍ଧନ ଅଧିନାୟକ ରହିଛନ୍ତି ।

ଭାରତୀୟ ଅଣ୍ଡର-୧୯ ଦିନିକିଆ ସିରିଜ ପାଇଁ ଟିମ୍‌ : ରୁଦ୍ର ପଟେଲ (ଉପଅଧିନାୟକ), ସାହିଲ ପାରଖ, କାର୍ତ୍ତିକେୟ କେପି, ମହମ୍ମଦ ଓମାନ(ଅଧିନାୟକ), କିରଣ ଚାରମେଲ, ଅଭିଜ୍ଞାନ କୁଣ୍ଡୁ (ଓ୍ୱିକେଟକିପର), ହରବଂଶ ସିଂ ପଙ୍ଗାଲିଆ( ଓ୍ୱିକେଟ କିପର), ସମିତ ଦ୍ରାବିଡ, ୟୁଧାଜିତ ଗୁହା, ସମର୍ଥ ଏନ, ନିଖିଲ କୁମାର, ଚେତନ ଶର୍ମା, ହାର୍ଦିକ ରାଜ, ରୋହିତ ରାଜାବତ, ମହମ୍ମଦ ଏନାନ ।

ଟେଷ୍ଟ ସିରିଜ : ବୈଭବ ସୁର୍ଯ୍ୟବଂଶୀ, ନିତ୍ୟ ପାଣେ୍ଡ, ବିହାନ ମଲହୋତ୍ରା ( ଉପ ଅଧିନାୟକ), ସୋହମ ପଟବର୍ଦ୍ଧନ(ଅଧନାୟକ), କାତ୍ତିକେୟ କେପି, ସମିତ ଦ୍ରାବିଡ, ଅଭିଜ୍ଞାନ କୁଣ୍ଡୁ (ଓ୍ୱିକେଟକିପର), ହରବଂଶ ସିଂ ପଙ୍ଗାଲିଆ( ଓ୍ୱିକେଟ କିପର) ସମର୍ଥ ଏନ, ଆଦିତ୍ୟ ରାଓ୍ୱତ, ନିଖିଲ କୁମାର, ଚେତନ ଶର୍ମା, ମହମ୍ମଦ ଏନାନ, ନିଖଲ କୁମାର, ଅନମୋଲଜିତ ସିଂହ, ଆଦିତ୍ୟ ସିଂ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button