ଲଞ୍ଚ ହେଲା Infinixର 5G ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ
Infinix ମୋବାଇଲ୍ ନିକଟରେ ଏହାର ନୂଆ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି। Infinix ଏହାର ଲାଟେଷ୍ଟ ଫୋନ୍ Infinix Zero 40 5G ଲଞ୍ଚ କରିଛି । କିନ୍ତୁ ଏହା ର୍ବତ୍ତମାନ ମାଲେସିଆରେ ଲଞ୍ଚ କରାଯାଇଛି । ଏହି ଫୋନରେ କମ୍ପାନୀ ୧୨ ଜିବି ରାମ୍ ସହିତ ୧୦୮ ମେଗାପିକ୍ସଲେ ପ୍ରାଇମେରୀ କ୍ୟାମେରା ଦେଇଛି । ଏହି ଫୋନର ଡିଜାଇନ୍ ବହୁତ ଆର୍କଷଣୀୟ ।
ତେବେ ଆସନ୍ତୁ ଏହି ଫୋନ୍ ବିଷୟରେ ଅଧିକ ଜାଣିବା ।
Infinixର ଏହି ନୂଆ ସ୍ମାର୍ଟଫୋନରେ କମ୍ପାନୀ ୬.୭୮ ଇଞ୍ଚର 3D କର୍ଭଡ୍ AMOLED ଡିସପ୍ଲେ ଦେଇଛି । ଏହି ଡିସପ୍ଲେ ୧୪୪ Hz ର ରିଫେ୍ରସ ରେଟକୁ ମଧ୍ୟ ସପୋର୍ଟ କରେ । ଏହା ବ୍ୟତୀତ ଏହି ଫୋନ୍ କୁ ୧୨୬ RAM ସହିତ ୨୫୬GB ଷ୍ଟୋରଜେ୍ ମଧ୍ୟ ଦିଆଯାଇଛି । ଏହି ସ୍ମାର୍ଟଫୋନ୍ ମିଡିଆଟକେ ଡାଇମେନ୍ସନ ୮୨୦୦ ଚିପସେଟ ପ୍ରୋସେସର ସହିତ ଲ୍ୟାସ୍ କରାଯାଇଛି ।
ଫୋନର କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ Infinix Zero 40 5Gରେ ୫୦ ମେଗାପିକ୍ସେଲ ଅଲଟ୍ରାୱାଇଡ୍ କ୍ୟାମେରା ସହିତ ୧୦୮ ମଗୋପିକ୍ସଲେ ପ୍ରାଇମେରୀ କ୍ୟାମେରା ଅଛି । ଏହା ବ୍ୟତୀତ ଏଥିରେ ୨ ମେଗାପିକ୍ସେଲ ସେନ୍ସର ମଧ୍ୟ ଅଛି । ପାଓ୍ୱାର ପାଇଁ ଫୋନକୁ ୫୦୦୦ mAh ର ପାଓ୍ୱାରଫୁଲ୍ ବ୍ୟାଟେରୀ ଯୋଗାଇ ଦିଆଯାଇଛି । ଏହି ବ୍ୟାଟେରୀ ୪୫W ଫାଷ୍ଟ ଚାର୍ଜିଂ ଏବଂ ୨୦W ଓ୍ୱାୟରଲେସ୍ ଚାର୍ଜିଂକୁ ସପୋର୍ଟ କରେ ।
କମ୍ପାନୀ ଗୋଟିଏ ଭାରିଆଣ୍ଟରେ Infinix Zero 40 5G ଲଞ୍ଚ କରିଛି । ଏଭଳି ପରିସ୍ଥିତିରେ ମାଲେସିଆରେ Infinix Zero 40 5Gର ୧୨GB + ୨୫୬ GB ମଡେଲର ଦାମ୍ RM ୧୬୯୯, ଯାହାକି ଭାରତୀୟ ମୂଲ୍ୟରେ ୩୨, ୭୯୪ ଟଙ୍କା । ଏହି ସ୍ମାର୍ଟଫୋନ୍କୁ ଆପଣ ଭାୟୋଲଟେ୍ ଗାର୍ଡେନ, ମୁଭିଙ୍ଗ୍ ଟାଇଟାନିୟମ୍ ଏବଂ ରକ୍ ବ୍ଲାକ୍ ଭଳି ତିନୋଟି ରଙ୍ଗରେ କିଣି ପାରିବେ । ଏହି ସ୍ମାର୍ଟଫୋନ୍ ଖୁବ ଶୀଘ୍ର ଭାରତୀୟ ବଜାରରେ ଲଞ୍ଚ ହେବ ।