IBN ଓଡ଼ିଶା ବ୍ୟୁରୋ

କୋଟିଏ ରେ ଗୋଟିଏ ଭାଗ୍ଯବାନ ଲୋକର ପାଦ ଆଙ୍ଗୁଠି ଏମିତି ହେଇଥାଏ, ଜାଣନ୍ତୁ କାହିଁକି

ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ଯେଉଁମାନଙ୍କର ପାଦର ବୃଢା ଆଙ୍ଗୁଳି ପାଖରେ ଥିବା ଆଙ୍ଗୁଳି ବୃଢା ଆଙ୍ଗୁଳି ଠାରୁ ବଡ଼ ହୋଇଥାଏ, ସେମାନେ ସବୁବଳେ ନିଜ ହିସାବରେ ଚାଲିଥାନ୍ତି । ସେମାନେ ଜୀବନରେ ବହୁତ ପରିଶ୍ରମ କରିଥାନ୍ତି । ସେମାନେ ବଡ଼ ଦୟାବାନ ହେବା ସହିତ ବହୁତ ଭାବୁକ ମଧ୍ୟ୍ୟ ହୋଇଥାନ୍ତି । ସେମାନେ କାହାର ଦୁଃଖ ଦେଖିଲା ମାତ୍ରେ ସଙ୍ଗେ ସଙ୍ଗେ ତାକୁ ସାହାଯ୍ୟ କରିବାପାଇଁ ଆଗେଇ ଆସିଥାନ୍ତି ।

ଏମାନେ ଯେଉଁ କାମ ନିଜ ହାତକୁ ନେଇଥାଆନ୍ତି ତାହା ତାକୁ ବଡ ଚତୁରତାର ସହ ପୁରଣ କରିଥାନ୍ତି । ହି ଲୋକମାନେ ସାଧାରଣତଃ ପ୍ରେମରେ ବହୁତ ଅସଫଳ ହୋଇଥାନ୍ତି । ଏମାନେ ଏମାନଙ୍କର କର୍ମର ହିସାବରେ ହିଁ ଫଳ ପାଇ ଥାଆନ୍ତି । ଏମାନଙ୍କୁ ନିଜ କର୍ମ ଠାରୁ କିଛିବି ଅଧିକ ମିଳିନଥାଏ । ଏମାନେ ସଵୁବେଳେ ପରିବାରର ଚିନ୍ତା କରିଥାନ୍ତି ।

ମହିଳା ମାନଙ୍କର ଏହି ଆଙ୍ଗୁଳି ବଡ଼ ଥିଲେ, ସେମାନେ ନିଜ ସ୍ୱାମୀଙ୍କୁ ସବୁ କାର୍ଯ୍ୟରେ ବହୁତ ସହଯୋଗ କରିଥାନ୍ତି । ଏମାନେ ସ୍ବାମୀଙ୍କ ବ୍ୟବସାୟରେ ତାଙ୍କୁ ସାହାଯ୍ୟ କରିଥାନ୍ତି । ଏମାନେ ସଵୁବଳେ କିପରି ଜୀବନରେ ଆଗକୁ ବଢିହେବ ତାହା ଭାବିଥାନ୍ତି । ଏମାନେ ସବୁବଳେ ନିଜ କାର୍ଯ୍ୟରେ ପରିବର୍ତ୍ତନ କରିଥାନ୍ତି ।

ଏମାନେ ଜୀବନରେ ୩୦ ବର୍ଷ ପରେ ଭୌତିକ ସୁଖ ପାଇଥାନ୍ତି । ଏମାନେ ବହୁତ ଈଶ୍ୱର ବିଶ୍ୱାସୀ ହୋଇଥାନ୍ତି । ଏମାନେ ଜୀବନରେ ବହୁତ ଯାତ୍ରା ମଧ୍ୟ କରିଥାନ୍ତି । ଏମାନେ ସବୁବେଳ ପାଇଁ ବିଦେଶ ଯାତ୍ରା ମଧ୍ୟ କରିଥାନ୍ତି ।

ଏମାନେ ଏମାନଙ୍କ ଜୀବନର ୫୦ ବର୍ଷ ପରେ ନିଜ ଜୀବନକୁ ଭଗବାନଙ୍କ ଚରଣରେ ସମର୍ପିତ କରିଦେଇଥାନ୍ତି । ଦେଖାଯାଏ ଯେ, ସେମାନେ ସନ୍ୟାସ ମଧ୍ୟ ନେଇ ଯାଇଥାନ୍ତି । ଏମାନେ ସଙ୍ଗୀତ କ୍ଷେତ୍ରରେ ମଧ୍ୟ୍ୟ ବହୁତ ଆଗକୁ ଯାଇଥାନ୍ତି । ଏମାନେ ନିଜ ବନ୍ଧୁଙ୍କ ସହିତ ଭଲ ବନ୍ଧୁତା ନିଭେଇଥାନ୍ତି । ଏମାନେ ନିଜ ବଚନର ପକ୍କା ହୋଇଥାନ୍ତି ।

ଏମାନେ ସବୁବଳେ ନିଜ କର୍ମ ଉପରେ ହିଁ ବିଶ୍ୱାସ ରଖିଥାନ୍ତି । ଏମାନେ ବହୁତ ଭାବିଚିନ୍ତି ନିର୍ଣ୍ଣୟ ନେଇଥାନ୍ତି । ଏମାନେ କାହା ବିଷୟରେ ଅମଙ୍ଗଳ ଚିନ୍ତା କରନ୍ତି ନାହିଁ । ଏମାନଙ୍କ ଦ୍ୱାରା ଅଜାଣତରେ ଯଦି କିଛି ଭୁଲ ହୋଇଯାଇଥାଏ, ତେବେ ଏମାନେ ନିଜକୁ ବହୁତ ଦୋଷୀ ମଣିଥାନ୍ତି । ଏମାନେ ସବୁବେଳେ ଅନ୍ୟର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button