IBN ଓଡ଼ିଶା ବ୍ୟୁରୋ

କୋଲକତା ଲଜ୍ୟା : ଜେଲରେ ସଂଜୟକୁ ରୁଚୁନି ରୁଟି ତରକାରୀ, ଅଣ୍ଡା ଚାଓ୍ୱମିନ ଖାଇବାକୁ ଇଚ୍ଛା

କୋଲକତା ଆରଜି କର ହସପିଟାଲ ଏବଂ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ ଏବେ ପ୍ରେସିଡେନ୍ସୀ ସୁଧାର ଗୃହରେ ରହିଛି । ଏଠାରେ ଦିଆଯାଉଥିବା ଖାଇବା ସଂଜୟକୁ ବିଲ୍‌କୁଲ୍‌ ପସନ୍ଦ ଆସୁନାହିଁ । ସଂଜୟ ଏଠିକାର ରୁଟି ତରକାରୀ ଖାଇବାକୁ ଅରାଜି ହେଉଥିବା ବେଳେ ଅଣ୍ଡା ଚାଓମିନ ଖାଇବାକୁ ଦାବି କରୁଛି ।

ଜେଲ ନିୟମ ଅନୁସାରେ, ସମସ୍ତ କଏଦୀଙ୍କୁ ସମାନ ଖାଦ୍ୟ ଦିଆଯାଇଥାଏ । ତେଣୁ ଜେଲ୍‌ କତ୍ତୃର୍ପକ୍ଷ ସଂଜୟର ଅନୁରୋଧକୁ ଅସ୍ୱୀକାର କରିଦେଇଥିଲେ । ଜେଲରେ ସଂଜୟ ରାୟ ରୁଟି ଓ ତରକାରୀ ଖାଇବା ଦେଖି ଉତ୍ତେଜିତ ହୋଇଥିଲା । ଆଉ କର୍ମଚାରୀ ରାଗିବା ପରେ ସେହି ଖାଦ୍ୟକୁ ଖାଇଥିଲା । ସଂଜୟର ରୁଟି ତରକାରୀ ରୁଚୁନଥିବାରୁ ଅଣ୍ଡା ଚାଓ୍ୱମିନ ଖାଇବା ପାଇଁ ଦାବି କରିଥିଲା ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ । କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି ।

କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ଅଭିଯୁକ୍ତ ସଞ୍ଜୟ ରାୟ ପୋଲିସ କଲ୍ୟାଣ ବୋର୍ଡର ସହାୟକ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତର ମୋବାଇଲ ଫୋନ ଜବତ କରିଥିଲା ପୋଲିସ । ପୀଡ଼ିତା ଡାକ୍ତରଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଅତି ନିର୍ମମ ଭାବେ ପିଟିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହାପରେ ତଣ୍ଟି ଚିପି ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button