ଏହିପରି ଭାବରେ ଚୁଡ଼ି ପିନ୍ଧିଲେ,ଅସୁବିଧାରେ ପଡିବେ ସ୍ୱାମୀ,ବାପା ଓ ଭାଇ

ଆସନ୍ତୁ ଜାଣିବା କେଉଁ ଚୁଡ଼ି ପିନ୍ଧିବା ଉଚିତ ଏବଂ କେଉଁ ଚୁଡ଼ି ପିନ୍ଧିବା ଅନୁଚିତ ଏବଂ କେଉଁ ସମୟରେ ଚୁଡ଼ି ପିନ୍ଧିବା ଉଚିତ ଏବଂ କେଉଁ ସମୟରେ ଚୁଡ଼ି ପିନ୍ଧିବା ଅନୁଚିତ ହୋଇଥାଏ ବା ଅଶୁଭ ହୋଇଥାଏ।
ବିବାହିତ ମହିଳାମାନେ ବା ସାଧବ ମହିଳାମାନେ ତମ୍ବାର କୌଣସି ବି ଚୁଡ଼ି ପିନ୍ଧିବା ଅନୁଚିତ ଅଟେ ଏବଂ ରୁପାର ଚୁଡ଼ି ମଧ୍ୟ ପିନ୍ଧିବା ଅନୁଚିତ ଅଟେ। ଯଦି ସେତିକି ଆବଶ୍ୟକତା ପଡେ ପୂଜା ପର୍ବାଣୀରେ ହେଉ କିମ୍ବା ହୋମ ଯଜ୍ଞରେ ହେଉ ଅବା ଗ୍ରହ ଶାନ୍ତି ନିମନ୍ତେ ହେଉ ଯଦି ସେତିକି ଆବଶ୍ୟକ ପଡେ ରୁପାର ଚୁଡ଼ି ପିନ୍ଧିବା ପାଇଁ କିମ୍ବା ରୁପାର ଗଡା ପିନ୍ଧିବା ପାଇଁ ଅବା ରୁପାର କଙ୍କଣ ପିନ୍ଧିବା ପାଇଁ ସେତିକି ଆବଶ୍ୟକ ପଡେ ତେବେ ଆପଣ ଗୋଟିଏ ହାତରେ ପିନ୍ଧି ପାରିବେ ଆଦୌ ଦୁଇଟି ହାତରେ ରୁପାର ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।
ଯଦି କୌଣସି କାରଣରୁ ଚୁଡ଼ି ଆପଣଙ୍କର ତୁଟିଯାଏ କିମ୍ବା ପିନ୍ଧିବା ସମୟରେ ତୁଟି ଯାଏ ସେହି ଚୁଡିକୁ ନିଜର ପଣତରେ ରଖି ତାକୁ ୩ ଥର ଚୁମ୍ବନ ଦେଇ କୌଣସି ଏକ ଜାଗାରେ ରଖିଦିଅନ୍ତୁ ଏବଂ ପରେ ସୁବିଧା କରି ସେହି ସେହି ଚୁଡ଼ି ଗୁଡିକୁ ପାଣିରେ ପକେଇ ଦିଅନ୍ତୁ। ଭଙ୍ଗା ଚୁଡିକୁ ଏଠି ସେଠି ପକାଇବା ଅଶୁଭ ହୋଇଥାଏ। ଚଡକା ଫଟା ଚୁଡ଼ି ଆଦୌ ପିନ୍ଧନ୍ତୁ ନାହିଁ। ଚୁଡ଼ି ପିନ୍ଧିବା ସମୟରେ ଯଦି ଚୁଡ଼ି ଚଡକି ଯାଏ ତ ତାକୁ ସଙ୍ଗେ ସଙ୍ଗେ କାଢି ଦେଇ ୩ ଥର ଚୁମ୍ବନ ଦେଇ କୌଣସି ଏକ ଜାଗାରେ ରଖିଦିଅନ୍ତୁ। କାରଣ ଏହିପରି ଚୁଡ଼ି ପିନ୍ଧିବା ଦ୍ୱାରା ନିଜର ଭାଇ ଏବଂ ବାପା କରଜରେ ବୁଡି ରୁହନ୍ତି। ଏହିପରି ମାନ୍ୟତା ଶାସ୍ତ୍ରରେ ଉଲ୍ଲେଖ ଅଛି।
ଏହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ଅଛି କି ଚୁଡ଼ି ପିନ୍ଧିବା ସମୟରେ ଧ୍ୟାନ ଦେବେ କି ଦୁଇ ହାତରେ ସମାନ ଭାବରେ ବା ସମାନ ପରିମାଣରେ ଚୁଡ଼ି ଆଦୌ ପିନ୍ଧନ୍ତୁ ନାହିଁ। ଡାହାଣ ହାତରେ ପଟେ କିମ୍ବା ଦୁଇ ପଟ ଅଧିକ ପିନ୍ଧନ୍ତୁ। ଶାସ୍ତ୍ରରେ ଅନୁସାରେ ମଙ୍ଗଳବାର ଏବଂ ଗୁରୁବାର ଦିନ ଆଦୌ ଚୁଡ଼ି ପିନ୍ଧନ୍ତୁ ନାହିଁ ବା ଆଦୌ ଚୁଡ଼ି ଶିତାଳନ୍ତୁ ନାହିଁ।
ପୁରାଣ ଶାସ୍ତ୍ର ଅନୁସାରେ କେଶ ମୁକୁଳା କରି କେବେବି ଚୁଡ଼ି ପିନ୍ଧନ୍ତୁ ନାହିଁ। କେଶକୁ ବାନ୍ଧି କରି ଚୁଡ଼ି ପିନ୍ଧନ୍ତୁ। ଯଦି କୌଣସି ମହିଳା ଛୋଟ ଛୋଟ କେଶ ରଖିଛନ୍ତି ତେବେ ସେମାନେ ଯଦି ବାନ୍ଧି ନପାରନ୍ତି ତେବେ କେଶ ଉପରେ ପଣତ କାନି ପକେଇ ଦିଅନ୍ତୁ କିମ୍ବା ଓଢଣୀ ପକେଇ ଚୁଡ଼ି ପିନ୍ଧନ୍ତୁ। ଏହା ବହୁତ ଭଲ ହୋଇଥାଏ। କେଶ ମୁକୁଳା କରି ଚୁଡ଼ି ପିନ୍ଧିଲେ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାନ୍ତି ଏବଂ ଘରର ବହୁତ ପ୍ରକାରର ଅନିଷ୍ଠ ମଧ୍ୟ ହୋଇଥାଏ।
ଶାସ୍ତ୍ର ଅନୁସାରେ ଚୋଉ କାଠ ବା ଦୁଆର ମୁହଁ ଉପରେ ବସି ଆଦୌ ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରକୁ ଦୁଃଖ କଷ୍ଟ ଯନ୍ତ୍ରଣା ପ୍ରବେଶ କରିଥାଏ। ଗୃହରେ ଅଶାନ୍ତିର ବାତାବରଣ ଖେଳି ଯାଇଥାଏ।
ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ପରେ ଚୁଡ଼ି ପିନ୍ଧିବା ଅଶୁଭ ଦାୟକ ହୋଇଥାଏ। ସେଥିପାଇଁ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ପରେ ଆଦୌ ଚୁଡ଼ି ପିନ୍ଧନ୍ତୁ ନାହିଁ କି ଶିତାଳନ୍ତୁ ନାହିଁ ଏବଂ ନୂଆ ଚୁଡ଼ି ପିନ୍ଧନ୍ତୁ ନାହିଁ। ଆପଣଙ୍କର ସେତିକି ଆବଶ୍ୟକତା ପଡିଲେ ଆପଣ ସୂର୍ଯ୍ୟାସ୍ତ ପରେ ବା ସନ୍ଧ୍ୟା ପରେ ରାତିରେ ଚୁଡ଼ି ପିନ୍ଧିପାରିବେ ବା ଶିତାଳି ପାରିବେ।
ଶାସ୍ତ୍ର ଅନୁସାରେ ଯଦି କାହାରି ଚୁଡ଼ି ଫାଟି ଯାଇଥିବାର ଦେଖିବେ ବା ଚଡକି ଯାଇଥିବାର ଦେଖିବେ ତାକୁ ଏପରି କୁହନ୍ତୁ ନାହିଁ କି ଆପଣଙ୍କର ଚୁଡ଼ି ଫାଟି ଯାଇଛି ତାକୁ ଖୋଲି ଦିଅନ୍ତୁ ଅବା କାଢି ଦିଅନ୍ତୁ। ଏପରି ଭାଷାର ପ୍ରୟୋଗ କରାଯାଇନଥାଏ କାରଣ ଏପରି ଭାଷାର ପ୍ରୟୋଗ ଅଶୁଭ ଦାୟକ ହୋଇଥାଏ ଏଣୁ ଆପଣ ଏହିପରି ମଧ୍ୟ କହିପାରିବେ ଯେ ଚୁଡ଼ିଟି ଆପଣଙ୍କର ଫାଟି ଯାଇଛି ଆପଣ ତାକୁ ଶିତାଳି ଦିଅନ୍ତୁ। କିମ୍ବା ମୋର ଚୁଡ଼ିଟି ଫାଟି ଯାଇଛି କିମ୍ବା ପୁରୁଣା ହୋଇଯାଇଛି ମୁଁ ଏହାକୁ ଶିତାଳି ଦେବି ଏହିପରି ଭାଷାର ପ୍ରୟୋଗ କରନ୍ତୁ। କାରଣ ସେ ପ୍ରକାର ଭାଷାର ପ୍ରୟୋଗ ବହୁତ ଅଶୁଭଦାୟକ ହୋଇଥାଏ।
ବହୁତ ସମୟରେ ଦେଖାଯାଏ କି ମହିଳାମାନେ ଚୁଡ଼ି ପିନ୍ଧିବା ସମୟରେ ସମ୍ପୂର୍ଣ୍ଣ ଚୁଡ଼ି ଗୁଡିକୁ ଖୋଲିକି ତଳେ ରଖିଦିଅନ୍ତି ଏବଂ ନୂଆ ଚୁଡ଼ି ପିନ୍ଧିଥାନ୍ତି ଏପରି କରିବା ସମ୍ପୂର୍ଣ୍ଣ ଅନୁଚିତ। ଏହା ଅଶୁଭଦାୟକ ମଧ୍ୟ ହୋଇଥାଏ।
ଚୁଡ଼ି ପିନ୍ଧିବା ପୂର୍ବରୁ କିମ୍ବା ଶିତାଳିବା ପୂର୍ବରୁ ଆପଣ ପ୍ରଥମେ ହାତରେ ଲାଲ କିମ୍ବା ହଳଦୀ ରଙ୍ଗର ସୂତାଟିଏ ବାନ୍ଧି ଦିଅନ୍ତୁ ଏବଂ ଆପଣଙ୍କ ଚୁଡ଼ି ଶିତାଳି ଦିଅନ୍ତୁ। ଏହା ପରେ ନୂଆ ଚୁଡ଼ି ପିନ୍ଧିବା ପରେ ସେହି ସୁତାକୁ ଖୋଲି ଦିଅନ୍ତୁ। ହାତକୁ ଖାଲି କରି କେବେ ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା ବହୁତ ଅଶୁଭଦାୟକ ହୋଇଥାଏ। ଏହାର କୁପ୍ରଭାବ ନିଜର ସ୍ୱାମୀଙ୍କ ଉପରେ ପଡିଥାଏ।




