ଖେଳ

Deepti Sharma : ଇତିହାସ ରଚିଲେ ଦୀପ୍ତି ଶର୍ମା, ମହିଳା T20Iରେ ସର୍ବାଧିକ ୱିକେଟ୍ ନେଇଥିବା ସଫଳ ବୋଲର୍

ଭାରତୀୟ ମହିଳା କ୍ରିକେଟ୍ ଦଳର ଷ୍ଟାର୍ ଅଲରାଉଣ୍ଡର ଦୀପ୍ତି ଶର୍ମା ନୂଆ ରେକର୍ଡ କରିଛନ୍ତି । ରବିବାର ଥାଇଲାଣ୍ଡ ବିପକ୍ଷରେ ମହିଳା ଏସିଆ କପର ଗ୍ରୁପ-ଏ ମ୍ୟାଚରେ ଦିପ୍ତୀ ୧.୧ ଓଭରରେ ବିନା କୌଣସି ରନରେ ୩ ୱିକେଟ ହରାଇଛନ୍ତି । ଏହାସହିତ ମହିଳା T20 ଅନ୍ତର୍ଜାତୀୟ କ୍ରିକେଟରେ ଦିପ୍ତୀ ଏବେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି ।

ଥାଇଲ୍ୟାଣ୍ଡ ବିପକ୍ଷରେ ଦୀପ୍ତି ମାତ୍ର ୭ଟି ବଲ୍ ବୋଲିଂ କରି ୩ଟି ୱିକେଟ୍ ନେଇଥିଲେ । ୧.୧ ଓଭର ଭିତରେ ଦିପ୍ତୀ ଗୋଟିଏ ରନ୍ ମଧ୍ୟ ଦେଇନଥିଲେ । ଏହି ୩ ୱିକେଟ୍ ସହ ଦୀପ୍ତିଙ୍କ T20I ରେ ୧୭୧ଟି ୱିକେଟ ନେଇଛନ୍ତି । ଏହା ସହିତ ସେ ଥାଇଲ୍ୟାଣ୍ଡର ଥିପାଚା ପୁଥାୱଙ୍ଗଙ୍କୁ ପଛରେ ପକାଇ ମହିଳା T20I କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ନିଜ ନାମରେ କରିଛନ୍ତି ।

ଏହି ମ୍ୟାଚଟି ଦୀପ୍ତି ଶର୍ମାଙ୍କ କ୍ୟାରିୟରର ୧୫୦ତମ T20I ମ୍ୟାଚ୍ ମଧ୍ୟ ଥିଲା । ଏହା ସହିତ ଦିପ୍ତୀ ୧୫୦ଟି T20I ଖେଳିଥିବା ଭାରତର ତୃତୀୟ ମହିଳା କ୍ରିକେଟର ହୋଇଛନ୍ତି । ତାଙ୍କ ପୂର୍ବରୁ ହରମନପ୍ରୀତ କୌର ଓ ସ୍ମୃତି ମନ୍ଧାନା ଏହି ସଫଳତା ହାସଲ କରିଥିଲେ ।

ମହିଳା ଏସିଆ କପର ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିଲା । ଶେଫାଳୀ ବର୍ମା ୩୬ ବଲରୁ ୬୪ ରନର ଦମଦାର ଇନିଂସ ଖେଳିଥିଲେ । ଏହାର ଜବାବରେ ଥାଇଲ୍ୟାଣ୍ଡ ମାତ୍ର ୬୫ ରନରେ ଅଲ୍ଆଉଟ୍ ହୋଇଥିଲା । ଫଳରେ ଭାରତ ୯୪ ରନର ବଡ଼ ବିଜୟ ସହ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button