ଖେଳ

ଭିନେଶ ଜିତିଯାଇଥିଲେ ସମ୍ମାନୀତ ହୋଇଥାଆନ୍ତେ; ବୋଧ ହୁଏ ଏହା କିଛି ଲୋକଙ୍କ ପସନ୍ଦ ନଥିଲା

ନୂଆଦିଲ୍ଲୀ: ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ହୋଇ ଭିନେଶ ଇତିହାସ ସୃଷ୍ଟି କରିଥିଲେ। ତାଙ୍କୁ ବୁଧବାର ବିଳମ୍ବିତ ରାତିରେ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳିବାର ଥିଲା। ମିଳିଥିବା ସୂଚନା ଅନୁଯାୟୀ, ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଦେଶରେ ରାଜନୈତିକ ପ୍ରତିକ୍ରିୟା ଆରମ୍ଭ ହୋଇ ଯାଇଛିଛି।

 

ଏହି କ୍ରମରେ କଂଗ୍ରେସ ସାଂସଦ ବଲୱନ୍ତ ୱାନଖେଡେ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି,’ ଏହା ଆମ ପାଇଁ ବହୁତ ଦୁଃଖର ବିଷୟ। ଏହା ପଛରେ ନିଶ୍ଚିତ ଭାବେ କିଛି ଷଡଯନ୍ତ୍ର ଅଛି । ସମଗ୍ର ଦେଶ ଜାଣେ ଭିନେଶ ଫୋଗାଟ ଜନ୍ତର ମନ୍ତ୍ରରେ ବିରୋଧ କରିଥିଲେ କିନ୍ତୁ ତାଙ୍କୁ ନ୍ୟାୟ ମିଳିଲା ନଥିଲି।

ଏପରି ପରିସ୍ଥିତିରେ ଯଦି ଭିନେଶ ଫୋଗାଟ ଅଲିମ୍ପିକ୍ସରେ ଜିତିଯାଇଥାଆନ୍ତେ ତେବେ ତାଙ୍କୁ ସମ୍ମାନୀତ କରିବାକୁ ପଡିଥାଆନ୍ତା। ମୋ ମତରେ ଏହା ବୋଧହୁଏ କିଛି ଲୋକ ପସନ୍ଦ କରୁ ନଥ‌ିଲେ। ତେଣୁ ଏପରି ଏକ ଷଡ଼ଯନ୍ତ୍ର ରଚା ଯାଇଛି। ତଥାପି ଏହି ଘଟଣାରେ କେତେ ସତ କେତେ ମିଛି ଅଛି ‌ସେନେଇ ଯାଞ୍ଚ ହେବା ନିହାତି ଆବଶ୍ୟକ।

ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଯେ ବିଶ୍ବ ଚାମ୍ପିୟନ ରେସଲରଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଭାରତର ଗର୍ବ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଏହି ନିଷ୍ପତ୍ତିକୁ ଦୃଢ଼ ଭାବରେ ଚ୍ୟାଲେଞ୍ଜ କରିବ ଏବଂ ଦେଶର ଝିଅକୁ ନ୍ୟାୟ ପ୍ରଦାନ କରିବ।’

Related Articles

Leave a Reply

Your email address will not be published. Required fields are marked *

Back to top button