ଟି-୨୦ ବିଶ୍ୱକପ୍ ଟିମ୍ରୁ ବାଦ୍ ପଡ଼ିବେ କୋହଲି! – Ibnodisha

[ad_1]
ମୁମ୍ବାଇ: ଟିମ୍ ଇଣ୍ଡିଆ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଚୟନ ହେବାକୁ ଥିବା ଟିମ୍ରୁ ବାଦ୍ ପଡ଼ିପାରନ୍ତି । ଦ ଟେଲିଗ୍ରାଫ୍ର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟରେ ଦାବି କରାଯାଇଛି ଯେ ଜାତୀୟ ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ୍ କୋହଲିଙ୍କୁ ବିଶ୍ୱକପ୍ ଟିମ୍ରୁ ଡ୍ରପ୍ କରିପା ନିଷ୍ପତ୍ତି ନେଇସାରିଛନ୍ତି । ୩୫ ବର୍ଷୀୟ ଭାରତୀୟ ବ୍ୟାଟର୍ଙ୍କ ପାଇଁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ଚଳିତ ସିଜନ୍ ଶେଷ ସୁଯୋଗ । ଯଦି ସେ ସିଜନ୍ରେ ଉନ୍ନତ ପ୍ରଦର୍ଶନ କରନ୍ତି, ତେବେ ତାଙ୍କୁ ଟିମ୍ରେ ରଖିବା ସମ୍ବନ୍ଧରେ ବିଚାର କରାଯାଇପାରେ ।
ସେ ଗତ ଦୁଇମାସ ଧରି ବ୍ରେକ୍ରେ ଅଛନ୍ତି । ଟି-୨୦ ବିଶ୍ୱକପ୍ରେ କୋହଲି ୧୩୧.୩୦ ଷ୍ଟ୍ରାଇକ୍ ରେଟ୍ରେ ୧୧୪୧ ରନ୍ କରିସାରିଛନ୍ତି । କୋହଲିଙ୍କ ସ୍ଥାନ ସୂର୍ଯ୍ୟକୁମାର ଯାଦବ, ଶୁଭମ୍ ଦୁବେ, ରିଙ୍କୁ ସିଂହ ଏବଂ ତିଳକ ବର୍ମାଙ୍କ ପରି ଖେଳାଳି ନେଇପାରନ୍ତି । ବିରାଟ କୋହଲି ଗତ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ରେ ଟିମ୍ ଇଣ୍ଡିଆର ସଦସ୍ୟ ନଥିଲେ । ସିରିଜ୍ ପୂର୍ବରୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନାସ୍ନାଲ୍ ଡ୍ୟୁଟିରୁ ଛୁଟି ନେଇଥିଲେ । ସେ ଶେଷ ଅନ୍ତଜାତୀୟ ମ୍ୟାଚ୍ ଜାନୁଆରୀ ୧୭ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲେ । କିଛିଦିନ ତଳେ ବିସିସିଆଇ ସମ୍ପାଦକ ଜୟ ଶାହ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ରୋହିତ ଶର୍ମା ଟି-୨୦ ବିଶ୍ୱକପ୍ରେ ଭାରତୀୟ ଟିମ୍ର ନେତୃତ୍ୱ ନେବେ । ସେ ଏହା ମଧ୍ୟ କହିଥିଲେ ଯେ ଆଗାମୀ ଦିନରେ ଆମେ ବିରାଟ କୋହଲିଙ୍କ ଭୂମିକା ସ୍ଥିର କରିବୁ ।
[ad_2]




