ଖେଳ

ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌: ଦ୍ୱିତୀୟକୁ ଉଠିଲେ ଦୀପ୍ତି ଶର୍ମା – Ibnodisha

[ad_1]

ଦୁବାଇ: ଆଇସିସ ପକ୍ଷରୁ ମଙ୍ଗଳବାର ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍ ଜାରୀ ହୋଇଛି । ଏଥିରେ ଭାରତୀୟ ଖେଳାଳିଙ୍କୁ ଲାଭ ମିଳିଛି । ଗତ କିଛି ସମୟ ହେବ ଦମ୍‌ଦାର ପ୍ରଦର୍ଶନ କରୁ ଟିମ୍ ଇଣ୍ଡିଆର ନିଜ ଦମ୍‌ରେ କେତେକ ମ୍ୟାଚ୍‌ରେ ବିଜୟ ଦେଇଥିବା ଦୀପ୍ତି ଶର୍ମାଙ୍କୁ ଲାଭ ମିଳିଛି । ସେହିପରି ରେଣୁକା ସିଂହ ମଧ୍ୟ ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ଉନ୍ନତି କରିଛନ୍ତି । ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଯୁଗ୍ମଭାବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ।

ଦୀପ୍ତିଙ୍କ ସହିତ ପାକିସ୍ତାନର ସାଦିଆ ଇକ୍‌ବାଲ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଦୁହିଁଙ୍କ ରେଟିଂ ପଏଣ୍ଟ୍ ୭୧୮ ରହିଛି । ଇଂଲିଶ୍ ସ୍ପିନର୍ ସୋଫି ଏକ୍ଲୋଷ୍ଟୋନ୍ ୭୭୭ ରେଟିଂ ପଏଣ୍ଟ୍ ସହ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡର ସାରା ଗ୍ଲେନ୍ ଚତୁର୍ଥ ସ୍ଥାନରେ ରହିଛନ୍ତି । ସାଉଥ୍ ଆଫ୍ରିକା ସ୍ପିନର୍ ନୋକୁଲୁଲେକୋ ତିନିଟି ସ୍ଥାନ ତଳକୁ ଖସି ପଞ୍ଚମରେ ରହିଛନ୍ତି । ଭାରତର ରେଣୁକା ସିଂହ ଗୋଟିଏ ସ୍ଥାନର ଉନ୍ନତି ସହ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି ।

ଅଷ୍ଟ୍ରେଲିଆ ଯୁବ ଫାଷ୍ଟ୍ ବୋଲର୍ ଏନାବେଲ୍ ସଦରଲାଣ୍ଡ୍ ସଦ୍ୟତମ ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ୬ଟି ସ୍ଥାନର ସୁଧାର ସହିତ ୩୪ତମ ଏବଂ ସାଉଥ୍ ଆଫ୍ରିକାର ଅନୁଭବୀ ଖେଳାଳି ମାରିଜାନ୍ କାପ୍ ପାଞ୍ଚଟି ସ୍ଥାନ ଉପରକୁ ଉଠି ୪୦ତମ ସ୍ଥାନରେ ପହଞ୍ଚିଛନ୍ତି । ୱେଷ୍ଟଇଣ୍ଡିଜ୍ ଷ୍ଟାର୍ ହେଲେ ମାଥ୍ୟୁତ୍‌ଙ୍କ ବ୍ୟତୀତ ଅଲ୍‌ରାଉଣ୍ଡର୍ ତାଲିକାର ଶୀର୍ଷ-୧୦ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦୀପ୍ତି ଶର୍ମା ଚତୁର୍ଥ ସ୍ଥାନରେ କାଏମ ରହିଛନ୍ତି । ସେହିପରି ସାଉଥ୍ ଆଫ୍ରିକା ବିପକ୍ଷ ଉନ୍ନତ ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆର ଏଲିସ ପେରୀ ଚାରିଟି ସ୍ଥାନର ସୁଧାର ସହ ୧୧ଶ ସ୍ଥାନରେ ପହଞ୍ଚିଛନ୍ତି ।

ବ୍ୟାଟିଂରେ ଭାରତୀୟ ଭାଇସ୍ କ୍ୟାପ୍‌ଟେନ୍ ସ୍ମୃତି ମନ୍ଧାନା ଟପ୍‌-୧୦ରେ ଏକମାତ୍ର ଖେଳାଳି ଭାବେ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ର ଚତୁର୍ଥ ସ୍ଥାନରେ କାଏମ ରହିଛନ୍ତି । ତାଙ୍କ ରେଟିଂ ପଏଣ୍ଟ୍ ୭୧୩ ରହିଛି । ଜେମିମା ରଡ୍ରିଗ୍ସ, ଶେଫାଳୀ ବର୍ମା ଓ ହରମନ୍‌ପ୍ରୀତ୍ କୌର୍‌ଙ୍କ ର‌୍ୟାଙ୍କିଙ୍ଗ୍‌ରେ କୌଣସି ପରିବର୍ତ୍ତନ ଘଟିନାହିଁ ଏବଂ ସେମାନେ ଯଥାକ୍ରମେ ୧୩ଶ, ୧୬ଶ ଏବଂ ୧୭ଶ ସ୍ଥାନରେ ରହିଛନ୍ତି ।

ସାଉଥ୍ ଆଫ୍ରିକା ବିପକ୍ଷ ଚମତ୍କାର ଇନିଂସ୍ ବଳଦରେ ଅଷ୍ଟ୍ରେଲିଆର ବେଥ୍ ମୁନି ନିଜ ଦେଶର ତାହଲିଆ ମ୍ୟାକ୍‌ଗ୍ରାଥ୍‌ଙ୍କୁ ହଟାଇ ବ୍ୟାଟିଂ ର‌୍ୟାଙ୍କିଙ୍ଗ୍ ଶୀର୍ଷକୁ ଉଠିଛନ୍ତି । ମ୍ୟାକ୍‌ଗ୍ରାଥ୍ ଦ୍ୱିତୀୟ ସ୍ଥାନକୁ ଖସିଆସିଥିବା ବେଳେ ସାଉଥ୍ ଆଫ୍ରିକା କ୍ୟାପ୍‌ଟେନ୍ ଲୌରା ୱଲ୍‌ଭାର୍ଡଟ୍ କ୍ୟାରିୟର୍ ଶ୍ରେଷ୍ଠ ତୃତୀୟ ସ୍ଥାନରେ ବଜାୟ ରହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button