ଜିସାନ୍ ଅଲୀ ଭାରତୀୟ ଡେଭିସ୍ କପ୍ ଟିମ୍ କ୍ୟାପ୍ଟେନ୍ – Ibnodisha
[ad_1]
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨ ଓ ୩ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଐତିହାସିକ ମ୍ୟାଚ୍ ପାଇଁ ଭାରତୀୟ କୋଚ୍ ଜିସାନ୍ ଅଲୀ ଜାତୀୟ ଡେଭିସ୍ କପ୍ ଟିମ୍ ଅଣ-ଖେଳାଳି କ୍ୟାପ୍ଟେନ୍ ନିଯୁକ୍ତ କରାଯାଇଛି । ନିୟମିତ କ୍ୟାପ୍ଟେନ୍ ରୋହିତ ରାଜପାଲ୍ ବ୍ୟକ୍ତିଗତ କାରଣ ଯୋଗୁଁ ପାକିସ୍ତାନ ଯାତ୍ରା କରିପାରୁ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ସର୍ବଭାରତୀୟ ଟେନିସ୍ ସଂଘ (ଏଆଇଟିଏ) ସାଧାରଣ ସମ୍ପାଦକ ଅନିଲ୍ ଧୂପରଙ୍କ ସୂତ୍ରରୁ ପିଟିଆଇ ଏହା ଜଣାଇଛି ।
ସୂଚନାଯୋଗ୍ୟ ୱାର୍ଲ୍ଡ ଗ୍ରୁପ୍-୧ ପ୍ଲେଅଫ୍ ମ୍ୟାଚ୍ ଖେଳିବା ନିମନ୍ତେ ଭାରତୀୟ ଡେଭିସ୍ କପ୍ ଟିମ୍ ଦୀର୍ଘ ୬୦ ବର୍ଷ ପରେ ପାକିସ୍ତାନ ଗସ୍ତ କରି ସୋମବାର ଇସ୍ଲାମାବାଦରେ ପହଞ୍ଚିଛି । ଏହା ପୂର୍ବରୁ ଭାରତୀୟ ଡେଭିସ୍ କପ୍ ଟିମ୍ ୧୯୬୪ରେ ଶେଷଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା ଏବଂ ଲାହୋରରେ ଖେଳାଯାଇଥିବା ଟାଇ ୪-୦ରେ ଜିତିଥିଲା । ୨୦୧୯ରେ ଭାରତ ଡେଭିସ୍ କପ୍ ଖେଳିବା ନିମନ୍ତେ ପାକିସ୍ତାନ ଗସ୍ତ କରିବାର ଥିଲା । ମାତ୍ର ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା କାରଣ ଦର୍ଶାଇ ଏଆଇଟିଏ ଏହାକୁ ନ୍ୟୁଟ୍ରାଲ୍ ଭେନ୍ୟୁ କଜାଖ୍ସ୍ତାନ ସ୍ଥାନାନ୍ତରିତ କରିଥିଲା ।
ଦେଶର ଶୀର୍ଷସ୍ଥାନୀୟ ଖେଳାଳି ସୁମିତ ନାଗଲ୍ ଓ ଶଶିକୁମାର ମୁକୁନ୍ଦଙ୍କ ଅନୁପସ୍ଥିତି କାରଣରୁ ବିଶ୍ୱ ର୍ୟାଙ୍କିଙ୍ଗ୍ର ୪୬୩ ନମ୍ବର ଖେଳାଳି ରାମକୁମାର ରାମାନାଥନ୍ ଭାରତୀୟ ସିଙ୍ଗଲ୍ସ ଟିମ୍ର ନେତୃତ୍ୱ ନେବେ । ମୁକୁନ୍ଦଙ୍କ ବ୍ୟତୀତ ଏବେ ପୂର୍ଣ୍ଣକାଳୀନ ଡବଲ୍ସ ଖେଳୁଥିବା ୟୁପି ଭାମ୍ବ୍ରୀ ସିଙ୍ଗଲ୍ସ ମ୍ୟାଚ୍ ଖେଳିପାରନ୍ତି । ସେହିପରି ଏନ୍ ଶ୍ରୀରାମ ବାଲାଜୀ, ନିକି ପୁନାଚା ଏବଂ ସାକେତ୍ ମିନେନିଙ୍କ ବ୍ୟତୀତ ଦିଗ୍ବିଜୟ ପ୍ରତାପ ସିଂହ ରିଭର୍ସ ଖେଳାଳି ଭାବେ ଭାରତୀୟ ସ୍କ୍ୱାଡ୍ରେ ରହିଛନ୍ତି ।
[ad_2]