ଦେଶ

ନିଜ କର୍ମଚାରୀଠାରୁ ହତ୍ୟା ଧମକ ପାଇଲେ ଏଲନ ମସ୍କ୍ – Ibnodisha

[ad_1]

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ କୋଟିପତି ଏଲନ୍ ମସ୍କଙ୍କୁ ହତ୍ୟା ଧମକ ଦେଇଥିବା ଟେସଲାର ଜଣେ କର୍ମଚାରୀକୁ ଟେକ୍ସାସରେ ଗିରଫ କରାଯାଇଛି। ମିନିସୋଟାର ୩୧ ବର୍ଷୀୟ ଜଷ୍ଟିନ ମ୍ୟାକକାଉଲି ମଙ୍ଗଳବାର ଏକ ଏକ୍ସ ପୋଷ୍ଟରେ ଏହି ଧମକ ଦେଇଥିଲା, ଯେଉଁଥିରେ ସେ ଲେଖିଥିଲା, “ଜୋ ବାଇଡେନ୍, ଏଲନ୍ ମସ୍କ, ମୁଁ ଆପଣମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି।“ ସେ ମଧ୍ୟ ଟେସଲା ଓ ଏକ୍ସକୁ ଧ୍ବଂସ କରିବାକୁ ଧମକ ଦେଇଥିଲା ।

ଅଭିଯୋଗ ଅନୁଯାୟୀ, ମ୍ୟାକକାଉଲିର ପତ୍ନୀ ପୁଲିସ ସହ ଯୋଗାଯୋଗ କରି କହିଥିଲେ ସେ ନିଜ ଫୋନକୁ ଘରେ ଛାଡ଼ି ଟେକ୍ସାସ ପଳାଇଯାଇଛି ଓ କେବେ ଫେରିବନି ବୋଲି କହି ପଳାଇଥିଲା। ଫୋନ ନେଇନଥିବାରୁ ତାରୁ ଟ୍ରାକ୍ କରିବା କଷ୍ଟକର ହୋଇପଡ଼ିଥିଲା ବୋଲି ତା ପତ୍ନୀ କହିଥିଲେ । ଜାନୁଆରୀ ୨୬ ତାରିଖରେ ଓକ୍ଲାହୋମାଠାରେ ମ୍ୟାକକୋଲିଙ୍କୁ ପୁଲିସ ଅଟକାଇଥିଲା। ପଚରାଉଚୁରା ବେଳେ ସେ କହିଥିଲା ଯଦି ତୁମେ ଜାଣିଥିବ ସେ ଆସନ୍ତାକାଲି ତୁମର ମୃତ୍ୟୁହେବ ବୋଲି ତୁମେ ରାଷ୍ଟ୍ରପତିଙ୍କୁ ଭେଟିବନି କି ? ତେବେ ସେଠାରେ ପୁଲିସ ତାକୁ ଛାଡ଼ି ଦେଇଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button