ଦେଶ

ବାହା ହେବାକୁ ମନାକଲା ପ୍ରେମିକା…କୁରାଢିରେ ହାଣିଦେଲା ପ୍ରେମିକ – Ibnodisha

[ad_1]

ତେଲେଙ୍ଗାନା : ଭାଲେଣ୍ଟାଇନ ସପ୍ତାହରେ ପ୍ରେମରେ ଅନ୍ଧ ଜଣେ ପ୍ରେମିକଙ୍କ ନାରକୀୟ କାଣ୍ଡ । ପ୍ରେମିକା ଅନ୍ୟ ସ୍ଥାନରେ ବିବାହ କରିବାକୁ କହିବାରୁ କୁରାଢିରେ ହାଣି ହତ୍ୟା କରିଛି ପ୍ରେମିକ । ତେଲେଙ୍ଗାନା ନିର୍ମଳ ଜିଲ୍ଲାର ଖାନାପୁରରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍‌ତ । ତେବେ ଏହି ଆକ୍ରମଣରେ ମୃତ ଯୁବତୀଙ୍କ ୩ବର୍ଷର ପୁତୁରା ଓ ଭାଉଜ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଦୀର୍ଘଦିନ ଧରି ଅଭିଯୁକ୍ତ ଯୁକାନ୍ତି ଶ୍ରୀକାନ୍ତ ଓ ଯୁବତୀ ଆଲେଖ୍ୟା ରିଲେସନସିପରେ ଥିଲେ । ପରିବାର ଲୋକ ଆଲେଖ୍ୟାଙ୍କ ବିବାହ ଅନ୍ୟତ୍ର ଠିକ କରିଦେଇଥିଲେ । ଏହାପରେ ଆଲେଖ୍ୟା ସେହି ଶ୍ରୀକାନ୍ତଙ୍କୁ ଅଣଦେଖା କରିଥିଲେ ।

ତାଙ୍କ ସହ ବିଶେଷ କଥା ନହେବା ସହ ଅନ୍ୟ ଜାଗାରେ ବାହା ହେବେ ବୋଲି କହିଥିଲେ । ଯାହାକୁ ନେଇ ଶ୍ରୀକାନ୍ତ ଗ୍ରହଣ କରିପାରିଲେନି । ଗତକାଲି ଆଲେଖ୍ୟା ନିଜ ଭାଉଜଙ୍କ ସହ ଅପରାହ୍ନରେ ବାହାଘର ସପିଂ କରିବାକୁ ଯାଇଥିଲେ । ଠିକ ଏହି ସମୟରେ ଶ୍ରୀକାନ୍ତ ଏକ କୁରାଢି ଆଣି ତାଙ୍କୁ ଆକ୍ରମଣ କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସାଙ୍ଗରେ ଥିବା ଭାଉଜ ଓ ୩ବର୍ଷର ପୁତୁରା ମଧ୍ୟ ଗୁରୁତର ହୋଇଥିଲେ । ଶିଶୁର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାକୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ଘଟାଇ ଅଭିଯୁକ୍ତ ଶ୍ରୀକାନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଏବେବେ ସେ ଫେରାର ଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button