ଦେଶ

ଶ୍ୱେତପତ୍ର ଆଲୋଚନାରେ କଂଗ୍ରେସ ଉପରେ ବର୍ଷିଲେ ସୀତାରମଣ – Ibnodisha

[ad_1]

ନୂଆଦିଲ୍ଲୀ: ଗୁରୁବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ଶ୍ୱେତପତ୍ର ଉପରେ ଆଜି ଆଲୋଚନା ହୋଇଛି । ଦେଶର ଆର୍ôଥକ ବ୍ୟବସ୍ଥାକୁ ନେଇ ହ୍ୱାଇଟ ପେପର ଜାରି କରାଯାଇଥିଲା । ତେବେ ଆଜି ଏନେଇ ଆଲୋଚନା ହୋଇଥିବା ବେଳେ ବିପକ୍ଷ ଦଳ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କଂଗ୍ରେସ କମନୱେଥ ଗେମରେ ଅନେକ ଘୋଟାଲା କରିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । କଂଗ୍ରେସକୁ ନିଶାଣା କରି ସେ କହିଛନ୍ତି, କଂଗ୍ରେସର ୟୁପିଏ ସରକାର ଅନେକ ଘୋଟାଲା କରିଛି । କମନୱେଲଥ ଘୋଟାଲାରେ ଦେଶର ଛବି ଖରାପ ହୋଇଛି । କୋଇଲା ଘୋଟାଲାରେ ଦେଶର ଅନେକ କ୍ଷତି ହୋଇଛି ।

ଏହି ଘୋଟାଲା କାରଣରୁ କୋଇଲା ବାହାର ରାଜ୍ୟରୁ ଆମଦାନୀ କରିବାକୁ ବାଧ୍ୟ ହେଉଛି ଭାରତ । ଯଦି ଆଜି ଏମାନେ ସରକାରରେ ରହିଥାଆନ୍ତେ, ତାହେଲେ ଦେଶର ଅବସ୍ଥା କଣ ହୋଇଥାଆନ୍ତି ତାହେ କେବଳ ଭଗବାନ ହିଁ ଜାଣିନ୍ତି । ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ମୁଁ ଆଉ ଚୁପ ହୋଇ ରହିବି ନାହିଁ । ଏହି ଅତ୍ୟନ୍ତ ଗମ୍ଭୀର ମାମଲା ଅଟେ । ତେଣୁ ମୁଁ ସମସ୍ତ ତଥ୍ୟ ପ୍ରଦାନ କରିବି । ଏହି ଦଳ ମୋର ସ୍ୱରକୁ ଚାପିବାକୁ ଚେଷ୍ଟା କରୁଛନ୍ତି । ଦେଶ କୋଇଲା ଅକ୍ସନରେ ଅନେକ କ୍ଷତି ସହିଛି । ଏହି ବ୍ୟକ୍ତିବିଶେଷ ବା ଦଳ ଦେଶକୁ ବର୍ବାଦ କରି ଦେଇଛନ୍ତି ।

ୟୁପିଏ ସରକାର କୋଇଲାକୁ ପାଉଁଶ କରିଦେଇଥିଲେ, କିନ୍ତୁ ଆମେ କୋଇଲାକୁ ହୀରା କରିଛୁ । ୧୦ ବର୍ଷ ମଧ୍ୟରେ ଦେଶର ଅର୍ଥନୀତି ରୁଗୁଣରୁ ବାହାରି ପ୍ରଗତି ଆଡକୁ ଗତି କରୁଛି । ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଭାରତର ସ୍ଥାନ ଶୀର୍ଷରେ ରହିଛି । ଯଦି ପ୍ରତି କାର୍ଯ୍ୟ ଗମ୍ଭୀରତା, ସ୍ୱଚ୍ଛତା ଏବଂ ଦେଶକୁ ପ୍ରଥମ କରି ରଖାଯାଏ, ତାହେଲେ ଫଳାଫଳ ସକରାତ୍ମକ ହେବ । କିନ୍ତୁ ଦେଶକୁ ପ୍ରାଥମିକତା ଦେବା ବଦଳରେ ପରିବାରକୁ ପ୍ରାଥମିରକତା ଦିଆଯିବ ତାହେଲେ ଭୟଙ୍କର ସଙ୍କଟ ଦେଖାଯିବ । ଯାହାର ଜ୍ୱଳନ୍ତ ଉଦାହରଣ ଆମ ପାଖରେ ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button