ଦେଶ

ଲିବିୟା ବନ୍ୟା: ବନ୍ଦର ସହର ଡେର୍ନା ଛାରଖାର, ସବୁଠି କୁଢ଼ କୁଢ଼ ଶବ – Ibnodisha

[ad_1]

ମୃତ୍ୟୁସଂଖ୍ୟା, ୬ ହଜାର ଟପିଲାଣି

ଡେର୍ନା: ଲିବିୟାରେ ଗତ ଶନିବାର ଆସିଥିବା ଭୟଙ୍କର ବନ୍ୟା ପ୍ରଳୟଙ୍କରୀ କ୍ଷତି ଘଟାଇଛି। ବନ୍ୟା ଯୋଗୁଁ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ୧୦ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ଦର ସହର ଡେର୍ନା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ୨ଟି ଡ୍ୟାମ୍‌ ଭୁଶୁଡ଼ି ପଡ଼ିବାରୁ ଅକଳ୍ପନୀୟ କ୍ଷୟକ୍ଷତି ଦେଖିବାକୁ ମିଳିଛି। ରାସ୍ତା ଘାଟରେ କୁଢ଼ କୁଢ଼ ଶବ ଗଦା ‌ହୋଇଛି। ପ୍ରତି ମୁହୂର୍ତ୍ତରେ ସମୁଦ୍ର ଆଣି କୂଳରେ ମର ଶରୀର ଫୋପାଡ଼ୁଛି। ଲିବିୟା‌ରେ ମୃତ୍ୟୁର ଏଭଳି ତାଣ୍ଡବ ଦେଖି ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ଅନେକ ଲୋକ ନିଜର ପ୍ରିୟଜନଙ୍କୁ ଚିହ୍ନିବା ପୂର୍ବରୁ ସେମାନଙ୍କୁ ପୋତି ଦିଆଯାଉଛି। ହଜାର ହଜାର ମୃତକଙ୍କୁ ଗଣ କବର ଦିଆଯାଉଛି। ଇତିମଧ୍ୟରେ ଲିବିୟାକୁ ସହଯୋଗର ହାତ ବଢ଼ିଲାଣି।

ଜର୍ମାନୀ, ରୋମାନିଆ ଏବଂ ଫିନଲାଣ୍ଡ୍‌ରୁ ସହଯୋଗ ପଠାଯାଇଛି ବୋଲି ୟୁରୋପୀୟ ରାଷ୍ଟ୍ରସଂଘ କହିଛି। ଫ୍ରାନ୍ସ ଏକ ଫିଲ୍ଡ ହସ୍ପିଟାଲ ପଠାଇଛି। ଏଠାରେ ଦିନକୁ ୫୦୦ ରୋଗୀ ଚିକିତ୍ସା ହୋଇପାରିବେ। ଇଟାଲି ଏବଂ ଜୋର୍ଡାନ ମଧ୍ୟ ସହାୟତ‌ାର ହାତ ବଢ଼ାଇଛନ୍ତି। ଡେର୍ନା ଭ୍ୟାଲିରେ ପ୍ରାୟ ୫ ହଜାର ଲୋକ ଧ୍ବଂସାବ‌େଶଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ହସ୍ପିଟାଲଗୁଡ଼ିକରେ ଆଉ ଜାଗା ନାହିଁ। ଆହତଙ୍କୁ ବିଭିନ୍ନ କ୍ଲିନିକ ଏବଂ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏବେ ପୁଣି ଜଳବାହିତ ରୋଗ ବଢ଼ିବା ନେଇ ମଧ୍ୟ ଚେତାବନୀ ଜାରି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button