କାନସାସ୍ ସହରରେ ପରେଡ୍ ସମୟରେ ଗୁଳିମାଡ଼; ଜଣେ ମୃତ, ୨୨ ଆହତ – Ibnodisha

[ad_1]
ନୂଆଦିଲ୍ଲୀ: ଆମେରିକା ସ୍ଥିତ ମିସୋରିର କାନସାସ୍ ସହରରେ ପରେଡ୍ ସମୟରେ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି । ସେମାନଙ୍କ ବୟସ ୬ରୁ ୧୫ ବର୍ଷ ମଧ୍ୟରେ ରହିଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ରବିବାର ଦିନ ସୁପର ବୋଲର ଫାଇନାଲ ମ୍ୟାଚ୍ ହୋଇଥିଲା । ଏହି ମ୍ୟାଚରେ ‘କାନସାସ୍ ସିଟି’ ଟିମ୍ ବିଜୟ ଲାଭ କରିଥିଲା । ଗତକାଲି ବିଜୟର ଉତ୍ସବ ପାଳନ କରିବା ପାଇଁ ପରେଡର ଆୟୋଜନ କରାଯାଇଥିଲା । ଆଉ ଏହି ଉତ୍ସବ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥିଲା । ପରେଡ ଶେଷ ପର୍ଯ୍ୟାୟରେ ଥିବାବେଳେ ଗୁଳିମାଡ଼ ହୋଇଥିଲା। ରାସ୍ତା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ଗୁଳିମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା। ଫଳରେ ସେଠାରେ ଥିବା ଲୋକେ ନିଜ ଜୀବନ ବିକଳରେ ଏପଟ ସେପଟେ ଦୌଡ଼ିବାରେ ଲାଗିଥିଲେ । ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
[ad_2]



