ରାଜ୍ୟ

ଆସନ୍ତାକାଲିଠୁ ଖଣ୍ଡଗିରି ମେଳା – Ibnodisha

[ad_1]

ଭୁବନେଶ୍ଵର: ରାତି ପାହିଲେ ମନ୍ତ୍ର ଧ୍ଵନୀରେ ପ୍ରକମ୍ପିତ ହେବ ପୁରା ଖଣ୍ଡଗିରି ଅଞ୍ଚଳ । ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ମେଳା । ସେଥିପାଇଁ ସଜେଇ ହେଇଛି ଖଣ୍ଡଗିରି ଓ ଉଦୟଗିରି ପାହାଡ । ତପ ସାଧନ ପାଇଁ କାହିଁ କେତେ ଦୁରରୁ ସାଧୁସନ୍ଥ ଓ ନାଗା ବାବାମାନେ ଆସି ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି । ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ପାଇଁ ବିଏମସି କରିଛି ମାଷ୍ଟର୍ ପ୍ଲାନ । ପାହଡର ପାଦ ଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌନ୍ଦଯ୍ଯକରଣ, ସ୍ବଚ୍ଛତା ଉପରେ ଫୋକସ ଦେଇଛି ବିଏମସି । ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି । ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତି କିଭଳି ଭିଡ ନ ହେବ ସେ ନେଇ ପୋଲିସ ସହିତ ଆଲୋଚନା ହୋଇଛି । ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି । ଆସନ୍ତାକାଲି ସକାଳେ ଖଣ୍ଡଗିରି ପାହାଡରେ ଥିବା ଆକାଶ ଗଙ୍ଗା, ଗୁପ୍ତଗଙ୍ଗା, ରାଧାକୁଣ୍ଡ, ଶ୍ୟାମ କୁଣ୍ଡରୁ କଳସ ଯାତ୍ରାରେ ପାଣି ଆଣି କୁମ୍ଭ ସ୍ଥାପନ କରାଯିବ। ଏହି ଯାତ୍ରା ପୂର୍ଣ୍ଣିମା ଅର୍ଥାତ୍ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପଟେ ୧୮ତାରିଖରୁ ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଯାତ୍ରାରେ ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button