ରାଜ୍ୟ

ଆଜିର ଅନୁଚିନ୍ତା – Ibnodisha

[ad_1]

* ଶାନ୍ତି ଓ ସହନଶୀଳତା ଶୀତତାପ ନିୟନ୍ତ୍ରିତ ମେସିନ୍ ଭଳି ମନୁଷ୍ୟର କାର୍ଯ୍ୟକ୍ଷମତାକୁ ବଢାଇଥାନ୍ତି ତଦ୍ଦ୍ୱାରା ମନର ଶୀତଳତାରୁ ମନୁଷ୍ୟ ସଫଳତା ପ୍ରାପ୍ତି କରିଥାଏ ।*

କଥା ମଣିଷର ଜ୍ଞାନର ପରିଚୟ ଦିଏ, କାମ ମଣିଷର ଯୋଗ୍ୟତାର ପରିଚୟ, ଆଉ ବ୍ଯବହାର ମଣିଷର ବଂଶର ପରିଚୟ ଦେଇଥାଏ ।

ସମସ୍ତ ଜୀବର ଜନ୍ମ ଏବଂ ମୃତ୍ୟୁ ର ସମୟ ପୂର୍ବରୁ ନିର୍ଦ୍ଧାରିତ, ତେଣୁ ଏହି ସ୍ବଳ୍ପ ଜୀବନ କାଳ ମଧ୍ୟରେ କେବଳ ଧର୍ମ ସମ୍ମତ, ସର୍ବ ହିତକାରକ କାର୍ଯ୍ୟ କରିଯିବା ବୁଦ୍ଧିମାନର କାମ ଅଟେ ।

ପ୍ରତ୍ୟେକ ଯନ୍ତ୍ରଣା ଆମକୁ ଏକ Lesson ଦିଏ ଏବଂ ପ୍ରତ୍ୟେକ Lesson ଆମ ଜୀବନକୁ ବଦଳାଇ ଦିଏ ।

ଅଦ୍ୟ ଅକ୍ଟୋବର ମାସ ୦୫ ତାରିଖ ୨୦୨୩ ମସିହା(ଗୁରୁବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ସପ୍ତମୀ
ନକ୍ଷତ୍ର- ମୃଗଶିରା ରାତ୍ରି ଘ୦୭/୫୯ ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା
ଚନ୍ଦ୍ର- ବୃଷ ଦିବା ଘ୦୭/୨୪ ପର୍ଯ୍ୟନ୍ତ ତଦନ୍ତେ ମିଥୁନ
ଯୋଗ- ବ୍ୟତିପାତ
କରଣ – ବିଷ୍ଟି
ସୌରମାସ- କନ୍ୟା ୧୯ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୨୯
*✧═════•❁❀
ଯୋଗିନୀ ବାୟବ୍ୟେ
ସପ୍ତମୀ ର ସମ୍ବାତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ
କନ୍ୟା ରାଶିର ଘାତଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ପୁଷ୍କର- ମୃତେ ଏକପାଦ ଦୋଷ
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୦୨/୩୦ ଗତେ ଘ ୦୫/୨୬ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୮ ମଧ୍ୟେ ଓ ଘ୦୧/୪୨ ଗତେ ଘ୦୨/୨୯ ମଧ୍ୟେ ଓ ରାତ୍ରି ଘ୦୬/୧୪ ଗତେ ଘ୦୯/୨୭ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ତାଳ ଭକ୍ଷଣ ନିଷେଧ
═✧═*
ଆଜିର ରାଶିଫଳ*
✧═════•❁❀❁•═════✧
ମେଷ: ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
✧═════•❁❀❁•═════✧
ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
✧═════•❁❀❁•═════✧
ମିଥୁନ : ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
✧═════•❁❀❁•═════✧
କର୍କଟ : କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
✧═════•❁❀❁•═════✧
ସିଂହ : ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
✧═════•❁❀❁•═════✧
କନ୍ୟା : ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
✧═════•❁❀❁•═════✧
ତୁଳା : ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
✧═════•❁❀❁•═════✧
ବିଛା : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
✧═════•❁❀❁•═════✧
ଧନୁ : ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
✧═════•❁❀❁•═════✧
ମକର : ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
✧═════•❁❀❁•═════✧
କୁମ୍ଭ : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
✧═════•❁❀❁•═════✧
ମୀନ : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button