ଦେଶ

ଚୀନ୍‌: ବୁଡାଜାହାଜ ଦୁର୍ଘଟଣାରେ ୫୫ ମୃତ – Ibnodisha

[ad_1]

ବେଜିଂ : ଚୀନ୍‌ର ଏକ ଆଣବିକ ଶକ୍ତିସମ୍ପନ୍ନ ବୁଡାଜାହାଜ ୟେଲୋ ସମୁଦ୍ରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାବେଳେ କ୍ୟାପଟେନ ସମେତ ୫୫ ଜଣ ନାବିକ ପ୍ରାଣ ହରାଇଥିବା ଜଣାପଡିଛି । ଅଗଷ୍ଟ ୨୧ରେ ସମୁଦ୍ର ମଝିରେ ହଠାତ୍ ଅମ୍ଳଜାନ ଶେଷ ହୋଇଯିବାରୁ ନାବିକମାନେ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି । ବ୍ରିଟିଶ ଗୁଇନ୍ଦା ସଂସ୍ଥା ଏହି ସମ୍ବାଦ ପ୍ରସାରଣ କରିଥିବାବେଳେ ଚୀନ୍ ଓ ତାଇୱାନ ଏହାକୁ ଖଣ୍ଡନ କରିଛନ୍ତି । ତେବେ ଚୀନ୍ ବିଛାଇଥିବା ଜାଲ୍‌ରେ ନିଜ ଜାହାଜ ଫସିଥିବା ଅନୁମାନ କରାଯାଉଛି ।

ୟେଲୋ ସମୁଦ୍ରରେ ଆମେରିକା ଓ ବ୍ରିଟିଶ ବୁଡାଜାହାଜର ପ୍ରବେଶ ରୋକିବାକୁ ଚୀନ୍ ଏକ୍ ଚାଲ୍ ରଚିଥିଲା । ଉକ୍ତ ବୁଡାଜାହାଜଟି ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଯନ୍ତ୍ରାଂଶ ସଂସ୍ପର୍ଶରେ ଆସିବାପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା ଏବଂ ବୁଡାଜାହାଜକୁ ଅମ୍ଳଜାନ ଯୋଗାଣ ଠପ୍ ହୋଇଯାଇଥିଲା । ଦୁର୍ଘଟଣା ଘଟିବାର ପ୍ରାୟ ଦେଢ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଚୀନ୍ ଏହାକୁ ସ୍ୱୀକାର କରୁନାହିଁ । ସୋସିଆଲ ମିଡିଆରେ ଏହା ପ୍ରସାରିତ ହେବାପରେ ସତ ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button