ରାଜ୍ୟ

ବଡ ନିଷ୍ପତ୍ତି ନେଲେ ସରକାର ,ଭୁବନେଶ୍ବରରେ ଭଙ୍ଗା ହେବ ୧୯୧ ଆପାର୍ଟମେଣ୍ଟ ;ମନ୍ତ୍ରୀ

ରାଜଧାନୀରେ ଥିବା ବେଆଇନ ଆପାର୍ଟମେଣ୍ଟ ପାଇଁ ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାରଙ୍କ । ଭୁବନେଶ୍ୱର ଥିବା ବେଆଇନ୍‌ ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଏପରି ଉତ୍ତର ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ମଙ୍ଗଳବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭୁବନେଶ୍ୱରରେ ଥିବା ବେଆଇନ୍‌ ଆପାର୍ଟମେଣ୍ଟ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ପଚାରିଥିଲେ ।

ଯାହାର ଲିଖିତ ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିଡିଏ ଅଧିନରେ ବେଆଇନ୍‌ ଭାବେ ୪୯୧ଟି ଆପାର୍ଟମେଣ୍ଟ ଥିବାର ଅଭିଯୋଗ ହୋଇଥିଲା ।

ହେଲେ ବର୍ତ୍ତମାନ ପାଇଁ ୧୯୧ଟି ଆପର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ୬୩ଟି ମାମଲା ଖାରଜ ହୋଇଥିବା ବେଳେ ୨୩୭ଟି ବିଚାରାଧୀନ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button