ରାଜ୍ୟ

ଆସନ୍ତା ୨ଦିନ ଜାରି ରହିବ ବର୍ଷା, ୨୨ରୁ ବଢ଼ିବ ତାପମାତ୍ରା – Ibnodisha

[ad_1]

ଭୁବନେଶ୍ୱର: ନିମ୍ନଚାପ ଓ ଗୁରୁଚାପବଳୟ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ଆଗାମୀ ୪୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ୧୮ତାରିଖରୁ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଏହାବ୍ୟତିତ ବିଳମ୍ବିତ ରାତିରେ ଭଦ୍ରକ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୁବର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଛି । ରାଜ୍ୟର ମଧ୍ୟ ଭାଗରେ ଥିବା ଜିଲ୍ଲାଗୁଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଘଣ୍ଟା ପ୍ରତି ପବନର ବେଗ ୪୦ ରୁ ୫୦ କିମି ରହିବ ।

ସର୍ବାଧିକ ୫୫ କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି । ଆଭ୍ୟନ୍ତରୀଣ ଜିଲ୍ଲା ଭିତରେ ବୌଦ୍ଧ, ନୟାଗଡ଼, କନ୍ଧମାଳ କଳାହାଣ୍ଡି ପରି ଜିଲାଗୁଡିକରେ କୁଆପଥର ମାଡ ହେବାର ସମ୍ଭାବନା ରହିଛି । ଭାରି ବର୍ଷା ପାଇଁ ମୁଖ୍ୟତଃ ଢେଙ୍କାନାଳ, ଗଞ୍ଜାମ, କଟକ , ନୟାଗଡ଼ ଏ ସବୁ ଜିଲ୍ଲା ପ୍ରଭାବିତ ହେବ । ଯେହେତୁ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି ତେଣୁ ରବି ଫସଲ ଓ ପରିବା କ୍ଷତି ହେବାର ଆଶଙ୍କା କରାଯାଇଛି । ଚାଷୀମାନେ ଫସଲ ଓ ପରିବାର ସୁରକ୍ଷା ପାଇଁ ଜାଲି ବ୍ୟବହାର କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଯାଜପୁରରେ ୫୮.୨ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୨୪.୨ମିମି, ହିରାକୁଦରେ ୩୦.୬ମିମି, ସମ୍ବଲପୁର ଏବଂ ସୁନ୍ଦରଗଡରେ ୧୭.୪ମିମି ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୨୧ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ମଙ୍ଗଳବାର କଟକ ଏବଂ ରାଜଧାନୀରେ ସକାଳୁ ପାଗ କୋହଲା କରିଥିବା ବେଳେ ୧୨.୩୦ ପରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି ।

ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କଟକରେ ୬.୨ମିମି ଏବଂ ଭୁବନେଶ୍ୱରରେ ୭.୧ମିମି ବର୍ଷା ରେକର୍ଡ କରାଯାଇଛି । ଏହାବ୍ୟତୀତ ଦାରିଙ୍ଗବାଡିରେ ମଧ୍ୟ ୨୬ମିମି ବର୍ଷା ହୋଇଥିବା ଜଣାପଡିଛି । ଆସନ୍ତକାଲି ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶା ଜିଲ୍ଳା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ ୨୨ ତାରିଖରୁ ପାଗ ପରିବର୍ତ୍ତନ ହେବ । ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହି ଭଳି ପ୍ରଭାବ ୩ ଦିନ ରହିବ ତା ପରେ ପାଗ ଶୁଖିଲା ହେବାର ସମ୍ଭାବନା ରହିଛି । ତା’ପରେ ୨୨ରୁ ୨୮ ତାରିଖ ପରେ କିଛି ଜିଲ୍ଲାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button