ଖେଳ

ଆଫଗାନିସ୍ତାନ ବିପକ୍ଷ ସିରିଜ୍ ରଦ୍ଦକଲା ଅଷ୍ଟ୍ରେଲିଆ – Ibnodisha

[ad_1]

ମେଲ୍‌ବର୍ଣ୍ଣ : କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପୁଣିଥରେ ଆଫଗାନିସ୍ତାନ ବିପକ୍ଷ ନିର୍ଦ୍ଧାରିତ କ୍ରିକେଟ୍ ସିରିଜ୍ ଖେଳିବାକୁ ମନା କରିଛି । ଅବଶ୍ୟ ଏହି ସିରିଜ୍ ୟୁଏଇରେ ଖେଳାଯିବାର ଥିଲା । ଆଇସିସି ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ ଅନୁସାରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଚଳିତ ବର୍ଷ ଅଗଷ୍ଟରେ ଖେଳାଯିବାର ପ୍ରସ୍ତାବ ଥିଲା । ସିରିଜ୍‌ର ଆୟୋଜନ ଆଫଗାନିସ୍ତାନ କରିବାର ଥିବାବେଳେ ସିରିଜ୍‌ର ମ୍ୟାଚ୍‌ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବାର ଆଶା ଥିଲା । ଏବେ ଏହି ପ୍ରସ୍ତାବିତ ସିରିଜ୍‌ରୁ ଅଷ୍ଟ୍ରେଲିଆ ହଟିଯିବା ସହ ଗସ୍ତ ସ୍ଥଗିତ କରିବା ନିଷ୍ପତ୍ତି ନେଇଛି । କ୍ରିକେଟ୍ ଅଷ୍ଟ୍ରେଲିଆ ଏକ ବୟାନରେ କହିଛି, ତାଲିବାନ୍ ଶାସନରେ ମହିଳା ଏବଂ ବାଳିକାଙ୍କ ମାନବାଧିକାର ଉଲ୍ଲଂଘନ ହେଉଛି । ଏହି କାରଣରୁ ଅଗଷ୍ଟରେ ହେବାକୁ ଥିବା ଦ୍ୱିପାକ୍ଷିକ ସିରିଜ୍ ସ୍ଥଗିତ କରିବାର ନିଷ୍ପତ୍ତି ନିଆଯାଇଛି ।

ତାଲିବାନ୍ ୨୦୨୧ ସେପ୍ଟେମ୍ବରରେ ଆଫଗାନିସ୍ତାନର ନିୟନ୍ତ୍ରଣ ହାତକୁ ନେବାପରେ ତୃତୀୟ ଥର ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ଟିମ୍ ସହିତ ମ୍ୟାଚ୍ ଖେଳିବାକୁ ମନା କରିଛି । ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ମହିଳାଙ୍କ ଭାଗୀଦାରି ଉପରେ ପ୍ରତିବନ୍ଧ ଲାଗୁ କରିଥିଲା । ସେତେବେଳେ ସିଏ ଏହାର ଜୋରଦାର ନିନ୍ଦା କରିଥିଲା । ସେହିପରି କ୍ରିକେଟ୍ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ୍ ମ୍ୟାଚ୍‌କୁ ମଧ୍ୟ ରଦ୍ଦ କରିଦେଇଥିଲା । ଏହି ମ୍ୟାଚ୍ ୨୦୨୧ ନଭେମ୍ବରରେ ହୋବାର୍ଟରେ ଖେଳାଯିବାର ଥିଲା । ଏହା ବ୍ୟତୀତ ୨୦୨୩ ପ୍ରାରମ୍ଭରେ ଅଷ୍ଟ୍ରେଲିଆ ସେହିବର୍ଷ ମାର୍ଚ୍ଚରେ ୟୁଏଇରେ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ମଧ୍ୟ ନାମ ପ୍ରତ୍ୟାହାର କରିନେଇଥିଲା । ଉଲ୍ଲେଖଯୋଗ୍ୟ ୨୦୨୩ ଦିନିକିଆ ସିରିଜ୍ ରଦ୍ଦକୁ ନେଇ ଆଫଗାନିସ୍ତାନର ଷ୍ଟାର୍ ଖେଳାଳି ରଶିଦ୍ ଖାନ୍ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସେ କେଏଫ୍‌ସି ବିବିଏଲ୍‌ର ବୟକଟ୍ କରିବାକୁ ଧମକ ମଧ୍ୟ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button