ଖେଳ

କଳିଙ୍ଗ ଷ୍ଟାଡିୟମ୍‌ରେ ମଙ୍ଗଳବାରଠୁ ପୁଣି ଝୁମିବେ ଫୁଟ୍‌ବଲ୍‌ ପ୍ରଶଂସକ – Ibnodisha

[ad_1]

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ମଙ୍ଗଳବାରଠୁ ପୁଣି ଝୁମିବେ ଫୁଟ୍‌ବଲ୍‌ ପ୍ରଶଂସକ। ଭାରତର ଅନ୍ୟତମ ସର୍ବପୁରାତନ ଫୁଟ୍‌ବଲ୍ ପ୍ରତିଯୋଗିତା କଳିଙ୍ଗ କପ୍ ଏବେ ସୁପର୍ କପ୍ ରୂପରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ୨୮ତାରିଖ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ହେବ କଳିଙ୍ଗ ସୁପର କପ୍‌। ଏଥିରେ ୧୬ ଦଳ ; ୧୨ ଆଇଏସ୍‌ଏଲ୍‌, ୪ ଆଇ-ଲିଗ୍‌ ଭାଗନେବାକୁ ଯାଉଥିଲା ବେଳେ ୪ ଗ୍ରୁପ୍‌ରେ ଭାଗ‌ ହୋଇଛନ୍ତି। ପ୍ରତି ଗ୍ରୁପ୍‌ରେ ୪ ଦଳ ରହିଛନ୍ତି। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା କହିଛନ୍ତି ‘‘ଆମେ ଦେଶର ଶ୍ରେଷ୍ଠ ଫୁଟ୍‌ବଲ୍‌ ‌କ୍ଲବ୍‌ଗୁଡ଼ିକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରୁଛୁ। ଓଡ଼ିଶା ଫୁଟ୍‌ବଲ୍‌ରେ ଆଗକୁ ବଢ଼ୁଥିବା ବେ‌ଳେ ଲଗାତାର ଫୁଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜନ କରିଚାଲିଛି। ଆଜି ଆମ ପାଖରେ ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ଏବଂ ଫିଫା ସ୍ତରର ପିଚ୍‌ ରହିଛି। ଦଳଗୁଡ଼ିକ ବିନାଦ୍ବିଧାରେ ଅଭ୍ୟାସ କରିପା‌ରିବେ। ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଓ ଓଡ଼ିଶା ଫୁଟ୍‌ବଲ୍‌ ସଂଘର ସହ‌ଯୋଗରେ ଓଡ଼ିଶାରେ କ୍ଲବ୍‌ ଓ ପ୍ରଶଂସକଙ୍କୁ ଭଲ ଅନୁଭୂତି ଦେବାକୁ ଚେଷ୍ଟା କରିବୁ। ଭାଗନେଉଥିବା ସମସ୍ତ କ୍ଲବ୍‌କୁ ଶୁଭେଚ୍ଛ‌ା ଜଣାଉଛି’’।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button